କରୋନା: ଲକ୍‌ ଡାଉନ୍‌ରେ କ’ଣ କରିହେବ, କ’ଣସବୁ ମନା

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟତଃ ବନ୍ଦ ବା ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରବିବାରଠାରୁ ଏହି ଲକ୍‌ଡାଉନ୍‌ ଲାଗୁ ହେବ ଏବଂ ଏହା ୨୯ ତାରିଖ ଯାଏ ଅର୍ଥାତ୍‌ ୭ ଦିନ ଯାଏ ଚାଲିବ। ରାଜ୍ୟରେ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ତଥା ନୋଭେଲ୍‌ କରୋନା ଭୁତାଣୁକୁ ନିୟନ୍ତ୍ରଣ କରିବା ଲାଗି ଏହା ଏକ ସ୍ଵତନ୍ତ୍ର ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଯଦିଓ ମହାରାଷ୍ଟ୍ର ସରକାର ନିଜ ରାଜ୍ୟରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଶୁକ୍ରବାରଦିନ ୪ଟି ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ କିନ୍ତୁ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଯିଏ ଏହାର ସମୁଦାୟ ଭୂଖଣ୍ଡର ୪୦ ପ୍ରତିଶତ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛି। ଭବିଷ୍ୟତର ବିପର୍ଯ୍ୟୟକୁ ରୋକିବା ଲାଗି ଏହା ଏକ କଠୋର ପଦକ୍ଷେପ ଭାବେ ଗ୍ରହଣ କରାଯାଉଛି। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ରେ କେଉଁ ସେବା ବ୍ୟାହତ ହେବ ଆଉ କେଉଁସେବା ବଳବତ୍ତର ରହିବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଏକ ଆଦେଶନାମା ପ୍ରକାଶ କରିଛି।  ସେଥିରେ କେଉଁସବୁ ସେବା ବନ୍ଦ ରହିବ ତାହାର ବିବରଣୀ ପ୍ରଦାନ କରାଯାଇଛି। ଏହି ନିର୍ଦେଶାବଳୀ ଅନୁସାରେ:

  1. ଲକ୍‌ଡାଉନ୍‌ ଘୋଷିତ ଜିଲ୍ଲା ଏବଂ ସହରରେ କୌଣସି ଟ୍ୟାକ୍ସି, ଅଟୋରିକ୍ସାକୁ ଚାଲିବାକୁ ଅନୁମତି ମିଳିବ ନାହିଁ। କିନ୍ତୁ ଯେଉଁ ଗାଡ଼ି ରୋଗୀଙ୍କୁ ହସ୍‌ପିଟାଲ୍‌ ନେଉଥିବ, ଏୟାରପୋଟ, ରେଳଷ୍ଟେସନ୍‌ ବା ବସ୍‌ଷ୍ଟାଣ୍ଡ ନେଉଥିବ ସେମାନଙ୍କୁ ଚାଲିବା ଅନୁମତି ମିଳିବ।
  2. ସମସ୍ତ ଦୋକାନ, ବାଣିଜ୍ୟିକ କେନ୍ଦ୍ର, ଅଫିସ, ଫ୍ୟକ୍ଟ୍ରି, ଗୋଦାମ, ସର୍ଭିସ୍‌ସେଣ୍ଟର, ୱର୍କଶପ୍‌ ସେମାନଙ୍କ କାର୍ଯ୍ୟ ବନ୍ଦ ରଖିବେ। 
  3. ଏହି ୮ ସହର ଓ ୫ ଜିଲ୍ଲାରେ ସମସ୍ତ ସାଧାରଣ ଯୋଗାଣ ପିଡିଏସ୍‌ ଯେମିତି ଗହମ, ଚାଉଳ ବଣ୍ଟନ ସ୍ଥଗିତ ରହିବ। ପେନ୍‌ସନ୍‌ ବଣ୍ଟନ ବି ସ୍ଥଗିତ ରହିବ। 
  4. ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ଘରୁ ବାହାରିବାକୁ ଅନୁମତି ମିଳିବ ନାହିଁ।
  5. ସମସ୍ତ ନାଗରିକଙ୍କୁ ସାମାଜେିକ ଦୂରତା ରକ୍ଷା କରି କୌଣସି ସ୍ଥାନକୁ ଆସିବାକୁ ଅନୁମତି ମିଳିବ ଯଦି ତାହା ଅତ୍ୟନ୍ତ ଜରୁରୀ ଥାଏ ତ। 

କେଉଁ ସେବାରେ ଲକ୍‌ଡାଉନ୍‌ ପ୍ରଭାବ ପଡ଼ିବ ନାହିଁ: 

  1. ଆଇନ ଶୃଙ୍ଖଳା ରକ୍ଷା କରୁଥିବା ପଅଶାସନିକ ଅଫିସ ଯେମିତି ଜିଲ୍ଏାପାଳ, ଉପଜିଲ୍ଲାପାଳ, ବ୍ଲକ୍‌, ତହସିଲ୍‌ ପ୍ରଭୃତି
  2. ପୁଲିସ, ସ୍ଵାସ୍ଥ୍ୟସେବା, ସହରାଞ୍ଚଳ କର୍ତ୍ତୃପକ୍ଷ, ଅଗ୍ନିଶମ ସେବା. ରେଳବାଇ, ବିମାନବନ୍ଦର, ବସ୍‌ ପରିବହନ, ବିଜୁଳି, ପାଣି, ବ୍ୟାଙ୍କ୍‌, ଏଟିଏମ୍‌
  3.  ଗଣମାଧ୍ୟମ କାର୍ଯ୍ୟାଳୟ, 
  4. ଟେଲିକ୍‌, ଇଣ୍ଟରନେଟ୍‌ସେବା, ପୋଷ୍ଟଅଫିସ, ଇକମର୍ସ ଡେଲିଭରୀ, 
  5. ଖାଦ୍ୟ, ଗ୍ରୋସରୀ ଦୁଗ୍ଧ, ବ୍ରେଡ୍‌ଳ ଫଳ, ପନିପରିବା, ମାଛ, ମାଂସ
  6. ରେଷ୍ଟୁରାଣ୍ଟରୁ ଘରକୁ ପ୍ରଦାନ କରାଯାଉଥିବା ସେବା
  7. ହସ୍‌ପିଟାଲ୍‌ଳ ଔଷଧ ଦୋକାନ, ଅପ୍ଟିକାଲ୍‌ ଷ୍ଟୋର, ପେଟେଆଲ୍‌ ପମ୍ପ, ଏଲ୍‌ପିଜି ଗୃାସ୍‌ ଯୋଗାଣ, 
  8. ଯେଉଁ କାରଖାନା ଅତ୍ୟାବଶ୍ୟକ ସାମଗ୍ରୀ ତିଆରି କରୁଥିବା ଜିଲ୍ଲା ପ୍ରଶାସନର ହୃଦ୍‌ବୋଧ ହେବ। 

 

Leave a Reply

Your email address will not be published. Required fields are marked *