ଫେକ୍ ନ୍ୟୁଜ୍: ତିନିଜଣଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ କରିବେ କେରଳ ସରକାର
ଭୁବନେଶ୍ଵର, (ଓଟି): ମରଣାନ୍ତକ କରୋନା ଭୂତାଣୁ ବାବଦରେ ମିଛ ଖବର ପ୍ରକାଶକୁ ନେଇ କେରଳ ସରକାର ଉଦ୍ବେଗ ପଅକାଶ କରିଛନ୍ତି। ସ୍ଵାସ୍ଥ୍ୟମନ୍ତ୍ରୀ କେକେ ଣୈଳେଜା କହିଛନ୍ତି ରାଜ୍ୟ ସରକାର ଏନେଇ ତିନିଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୋଶାଲ୍ ମିଡିଆରେ ଏହି ପରି ମିଛ ଖବର ହେତୁ ସାମାଜିକ ଭାରସାମ୍ୟ ନଷ୍ଟ ହେଉଥିବା ଅଭିଯୋଗ କରି ଏହି ତିନି ଜଣଙ୍କୁ ଗିରଫ ପାଇଁ ମଧ୍ୟ କେରଳ ସୀରକାର ପଦକ୍ଷେପ ନେଉଥିବା ଜଣାପଡ଼ିଛି।
ଚୀନରୁ ସାରା ବିଶ୍ଵକୁ ଆତଙ୍କିତ କରିଥିବା କରୋନା ଭୂତାଣୁ ଭାରତରେ ପ୍ରବେଶ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେରଳର ଜଣେ ଝିଅକୁ ଏହି ଭୂତାଣୁ ଆକ୍ରମଣ କରିଥିବା ନେଇ ଖବର ପ୍ରକାଶ ପରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମ୍ପୃକ୍ତ ଝିଅର ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ତାହାଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇଥିଲା। ଏହି ଭୂତାଣୁ ଦ୍ଵାରା ଆତଙ୍କିତ ଝିଅ ଏବେ ସୁସ୍ଥ ରହିଥିବା ଣୈଳେଜା କହିଛନ୍ତି।
କିନ୍ତୁ କରୋନାର ଆତଙ୍କକୁ ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି। ଯେଉଁମାନେ ସୋଶାଲ୍ ମିଡିଆରେୂଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୁଚନା ଦେଇଛନ୍ତି।