ଆଜିଠୁ ୫ ଦିନ ପାଇଁ ଖୋଲିବ ସାବରିମାଲା ମନ୍ଦିର

କେରଳ, (ଓଡିଶା ଟାଇମ୍): ଆଜିଠୁ ଖୋଲିବ କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର । କରୋନା ମହାମାରୀ କାରଣରୁ ଅନେକ ମାସ ଧରି ବନ୍ଦ ହୋଇଯାଇଥିଲା । ପୁଣି ଥରେ ମାସିକ ପୂଜା ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଦେଇ ସାବରିମାଲା ପ୍ରଶାସନ କହିଛି ଯେ ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ମାସିକ ପୂଜାପାଠ ପାଇଁ ମନ୍ଦିର ଖୋଲାଯିବ ।

ଏହି ସମୟରେ କେବଳ ୫୦୦୦ ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ତେବେ ଅନଲାଇନରେ ବୁକିଂ କରିଥିବା ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ପୂଜା ସମୟରେ କରୋନା ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ ବୋଲି ପ୍ରଶାସନ କହିଛି । ଯାହା ଅଧୀନରେ ସମସ୍ତ ଭକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ କରୋନାର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ।

Leave a Reply

Your email address will not be published. Required fields are marked *