କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ରଣାଙ୍ଗନରେ ୫୫ ପ୍ରତିଦ୍ୱନ୍ଦୀ: ବିଧାନସଭା ପାଇଁ ୪୮, ଲୋକସଭା ପାଇଁ ୭ ପ୍ରାର୍ଥୀ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ରଣାଙ୍ଗନରେ ମୋଟ ୫୫ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ୪୮ ଜଣ ପ୍ରର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

ସାଂସଦ ପାଇଁ ବିଜେପି ପକ୍ଷରୁ ବୈଜୟନ୍ତ ପଣ୍ଡା, ବିଜେଡି ପକ୍ଷରୁ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି, କଂଗ୍ରେସ ପକ୍ଷରୁ ଆଇନଜୀବୀ ଧରଣୀଧର ନାୟକ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରବୀନ୍ଦ୍ରନାଥ ବେହେରା ଓ କୃପା ପାର୍ଟିର ପ୍ରାର୍ଥୀ ଶ୍ରୀକାନ୍ତ ସାମଲ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ସନ୍ତୋଷ କୁମାର ଦାସ ଓ ସନ୍ତୋଷ କୁମାର ପାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା ପାଇଁ ମୋଟ ୬୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ହେଁ ୭ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବାରୁ ପ୍ରତିଦ୍ୱନ୍ଦିତା ପାଇଁ ୫୬ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । କିନ୍ତୁ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଆଜି ତାଙ୍କ ପ୍ରାର୍ଥପତ୍ର ପ୍ରତ୍ୟାହାର କରିନେବାରୁ ଜିଲ୍ଲାର ବିଧାନସଭା କ୍ଷେତ୍ରଗୁଡ଼ିକରେ ୪୮ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସ୍ଫଷ୍ଟ ହୋଇଛି ।

ଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ାରେ ବିଜେଡି ପ୍ରାର୍ଥୀ ହେବା ପାଇଁ ସିପ୍ରା ଦାବିଦାର ଥିଲେ ଓ ସେ ବିଜେଡି ଟିକେଟ ପାଇବା ପାଇଁ ଜୋରଦାର ଲବି ଚଳାଇଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଚାହିଁଥିଲେ । କିନ୍ତୁ ପରବର୍ତୀ ସମୟରେ ବିଜେଡି ସହ ତାଙ୍କର ବୁଝାବଣା ହେବାରୁ ସେ ସନ୍ତୁଷ୍ଟ ହୋଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି।

ମହାକଳପଡ଼ା ବିଧାନସଭା ଆସନରେ ବିଭିନ୍ନ ରାଜନୈତିକ ଦଳରୁ ୬ ଜଣ ପ୍ରାର୍ଥୀ ଓ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଠାରେ ପ୍ରତିଦ୍ୱନ୍ଦିତା ପାଇଁ ମୋଟ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ହେଁ ୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ତେଣୁ ଏଠାରେ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଯାଇଛି । ସେହିପରି ପାଟକୁରା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା ପାଇଁ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ୧୧ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ପ୍ରତିଦ୍ୱନ୍ଦିତା ପାଇଁ ବିଭିନ୍ନ ରାଜନୈତିକ ଦଳରୁ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ପାଇଁ ୧୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ହେଁ ଅମ୍ବେଦକର ନ୍ୟାସନାଲ କଂଗ୍ରେସ ଦଳର ପ୍ରାର୍ଥୀ ନାରାୟଣ ଚନ୍ଦ୍ର ଦାସଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ଓ ୧୧ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଆଜି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ଏଠାରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ୫ ଜଣ ପ୍ରତିଦ୍ୱନ୍ଦିତା ପାଇଁ ଅବତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଳି ବିଧାନସଭା କ୍ଷେତ୍ରର ବିଧାୟକ ପଦ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ୧୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଏମାନଙ୍କ ମଧ୍ୟରେ ୬ ଜଣ ରାଜନୈତିକ ଦଳ ଗୁଡ଼ିକର ପ୍ରାର୍ଥୀ ରହିଥିବା ବେଳେ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ରାଜନଗର ବିଧାନସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ପାଇଁ ୮ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଅମ୍ବେଦକର ନ୍ୟାସନାଲ କଂଗ୍ରେସର ପ୍ରାର୍ଥୀ ଟୁନି ମଲ୍ଲିକଙ୍କ ପ୍ରାର୍ଥୀପତ୍ର ନାକଚ ହେବାରୁ ୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି । ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ଏଠାରେ ୫ ଜଣ ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।

Leave a Reply

Your email address will not be published. Required fields are marked *