କେବିସି ସିଜନ୍ ୧୧: ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ
ମହାନାୟକ ବିଗ୍ ବିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ୧୧ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ସୋନି ଟିଭି ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଏହି ଗେମ୍ ଶୋ’ ପାଇଁ ଆଗାମୀ ମେ’ ମାସ ୧ ତାରିଖରୁ ରାତି ୯ଟା ପରଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ କରାଯିବ । ପ୍ରତିଥର ଭଳି ଏଥର ମଧ୍ୟ ବିଗ୍ ବି ଏହି ଗେମ୍ ଶୋ’ରେ ଭାଗ ନେବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବେ । ଏଥର ସିଜିନରେ ମହିଳାଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ଶୋ’ର ନିର୍ମାତା ଏ ସମ୍ପର୍କିତ ଏକ ପ୍ରୋମୋ ଭିଡିଓ ସେୟାର୍ କରିଛନ୍ତି, ଯେଉଁଥିରେ ଏକ କ୍ୟାପସନ୍ ରହିଛି । ଏଥିରେ ଲେଖାଅଛି – ‘ଅଗର୍ କୋଶିଶ୍ ରଖୋଗେ ଜାରି, ତୋ ଇସ୍ ବାର୍ ହଟ୍ସିଟ୍ ପର୍ ବୈଠନେ କି ହୋଗି ଆପକି ବାରି’ ।
୨୦୦୦ ମସିହାରେ ପ୍ରଥମେ ଏହି ଶୋ’ ଆରମ୍ଭ ହୋଇଥିଲା । ଏହି ଶୋ’ର ହୋଷ୍ଟ୍ ଭାବେ ବିଗ୍ ବି ଟେଲି ଦୁନିଆ ମାଧ୍ୟମରେ ଦର୍ଶକଙ୍କ ଆହୁରି ନିକଟତର ହୋଇପାରିଛନ୍ତି । ସିଜନ୍ ୧୧ରେ ବିଗ୍ ବିଙ୍କୁ ପୁଣିଥରେ ଛୋଟ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଜଣାପଡ଼ୁଛନ୍ତି ।