କାନଝରୀ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ
ପାଟଣା, (ଓଡିଶା ଟାଇମ୍): ଲଗାଣ ବର୍ଷାରେ କେନ୍ଦୁଝରରେ ବନ୍ୟା ସ୍ଥିତି ଉପୁଜିଛି। ପାଟଣା-କେନ୍ଦୁଝର ରାସ୍ତାର ଭିମାପଡା କାନଝରୀ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝରରୁ ପାଟଣାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଛି ।
ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ରୁ ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କାନଝରି ଡ୍ୟାମର ଜଳ ସ୍ତର ବୃଦ୍ଧି ପାଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମର ୨ ଟି ଗେଟ୍ ଖୋଲା ଯାଇଛି। ପ୍ରତି ସେକେଣ୍ଡରେ ୪୩୫ କ୍ୟୁସେକ ଜଳ ନିଷ୍କାସନ ହେଉଥିବାରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।