‘କାଳିଆ’ ସବୁଠୁ ଭଲ; ପିଏମ୍‌ କିଷାନ୍‌କୁ ସବୁଜ ସଙ୍କେତ

ଭୁବନେଶ୍ଵର, (ଓଟି): ବରଗଡ଼ଠାରେ କାଳିଆ ଚାଷୀ ସମାବେଶକୁ ଉଦ୍‌ବୋଧନ ଦେଇ ପୁଣିଥରେ ‘କାଳିଆ’ ଯୋଜନାକୁ କୃଷକଙ୍କ କଲ୍ୟାଣ ନିମନ୍ତେ ସବୁଠାରୁ ଉତ୍କୃଷ୍ଟ ଯୋଜନା ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଯୋଜନାରେ କ୍ଷୁଦ୍ର, ମାନମାତ୍ର ଚାଷୀଙ୍କ ସମେତ ଭୂମିହୀନ, ଭାଗଚଷୀଙ୍କ ନିମନ୍ତେ ମଧ୍ୟ ଲାଭଦାୟକ ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ଚାଷ ସହ ସମ୍ପୃକ୍ତ ସମସ୍ତ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ୍‌ ଯୋଜନାରେ ସେ ବ୍ୟବସ୍ଥା ନାହିଁ। ଏଥିନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଏନେଇ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲେଖ କରିଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କାଳିଆ ଯୋଜନା କେନ୍ଦ୍ରୀୟ ଯୋଜନାଠୁ ବହୁତ ଭଲ। କେନ୍ଦ୍ର ସରକାର ଚାଷୀଙ୍କୁ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ୧୦ ହଜାର ଟଙ୍କାକୁ ବଢ଼ାଇବା ଲାଗି ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି’।

ସାରା ଦେଶ ‘ କାଳିଆ’ ଯୋଜନାକୁ ପ୍ରଶଂସା କରୁଛି ଏବଂ ଏହାଦ୍ଵାରା ରାଜ୍ୟର କୃଷି ଅର୍ଥନୀତି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ‘ଏପରିକି ଗରିବୀ ଦୂର କରିବା ଏବଂ ଚାଷୀ ଅବସ୍ଥାରେ ଉନ୍ନତି ଆଣିବା ଲାଗି କାଳିଆ ଏକ ଅମୋଘ ଅସ୍ତ୍ର’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଲାଗୁ ହେବ ‘ପିଏମ୍‌ କିଷାନ୍‌’

ତଥାପି ପ୍ରଧାନମନ୍ତ୍ରୀ କିଷାନ୍‌ ଯୋଜନାକୁ ଅଟକାଇ ନାହାନ୍ତି ରାଜ୍ୟ ସରକାର। ରାଜ୍ୟର ଚାଷୀମାନେ ଯୋଗ୍ୟତା ଅନୁସାରେ ଯେମିତି ଏହି ଯୋଜନାର ସୁବିଧା ପାଇବେ ସେଥିଲାଗି ରାଜ୍ୟ କେନ୍ଦ୍ରକୁ ତାଲିକା ଦେବାକୁ ରାଜି ହୋଇଛି। କେନ୍ଦ୍ର ସରକାରଙ୍କୁ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କ ନାଁ ପ୍ରଦାନ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ଏହାଦ୍ଵାରା ରାଜ୍ୟର ୧୪ ଲକ୍ଷ ଚାଷୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇପାରିବେ।

କାଳିଆକୁ କପି କଲେ ମୋଦି

Leave a Reply

Your email address will not be published. Required fields are marked *