କାବୁଲ ବିସ୍ଫୋରଣରେ ୧୩ ସହିଦଙ୍କୁ ସମ୍ମାନ, ୪ଦିନ ଅର୍ଦ୍ଧନିମିତ ରହିବ ଆମେରିକୀୟ ପତାକା

ଆମେରିକା, (ଓଡିଶା ଟାଇମ୍): କାବୁଲରେ ହୋଇଥିବା ବିସ୍ଫୋରଣରେ ୧୩ ଆମେରିକୀୟ ସୈନିକ ସହିଦ ହୋଇଛନ୍ତି । ଏମାନଙ୍କ ମୃତ୍ୟୁ ପରେ ଆଫଗାନିସ୍ତାନରେ ଆମେରିକା ପୁଣି ସକ୍ରିୟ ଥିବା ଜଣାପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ଆମେ ଆପଣଙ୍କୁ କ୍ଷମା କରିବୁ ନାହିଁ, ଆମେ ଆପଣଙ୍କୁ ପାଇବୁ ଏବଂ ଦଣ୍ଡ ଦେବୁ । ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମିଶନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଏହି ସମୟରେ, ସହିଦଙ୍କୁ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *