କାବୁଲ ବିମାନବନ୍ଦର ନିକଟରେ ପୁଣି ରକେଟ୍ ମାଡ, ଧୂଆଁମୟ ହୋଇଗଲା ସହର

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନର କାବୁଲରେ ପୁଣିଥରେ ରକେଟ ମାଡ । ବିସ୍ଫୋରଣରେ ଥରିଲା କାବୁଲ ମାଟି । ଆଜି ସକାଳୁ ପୁଣିଥରେ ରକେଟ ମାଡ ହୋଇଥିବା ସୂଚନା । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ହମଲା କରାଯାଇଛି । ପ୍ରାରମ୍ଭିକ ସୂଚନା ଏହି ରକେଟଗୁଡିକ ଗାଡିକୁ ଟାର୍ଗେଟ କରାଯାଇ ହମଲା କରଯାଇଥିଲା । ରକେଟ ମାଡ ଯୋଗୁଁ ବିଭିନ୍ନ ସ୍ଥାନରେ ଧୂଆଁ ବଢିବାରେ ଲାଗିଛି । ଅନେକ ସ୍ଥାନରେ ନିଆଁ ଲାଗିଯାଇଛି ।

ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ରକେଟ ମାଡ ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ବିଶ୍ୱବିଦ୍ୟାଳୟ ପାର୍ଶ୍ୱରୁ ଏକ ଗାଡ ଉପରକୁ ରକେଟ ଫିଙ୍ଗି ଦିଆଯାଇଥିଲା । ରକେଟ ମାଡ ଯୋଗୁଁ କାବୁଲ ଏୟାର ଫିଲ୍ଡ ଡିଫେନ୍ସ ସିଷ୍ଟମ ଅଚଳ ହୋଇପଡିଛି ।

ସୂଚନା ଥାଉକି, ଗତକାଲି ମଧ୍ୟ ଏହପରି ଭାବେ ରେକଟ ମାଡ କରାଯଇଥିଲା । ଏବେ ପୁଣିଥରେ ୨୪ ଘଣ୍ଟା ନପୂରୁଣୁ ରକେଟ ହମାଲା କରାଯାଇଛି । ଯାହା ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସେନାକୁ କାବୁଲ ଛାଡିବାକୁ ପଡିବ । ଏହା ପୂର୍ବରୁ କାବୁଲ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *