ଦେବାଶିଷଙ୍କ ସଫେଇ ଭୁଲ : ଜୁଏଲ

ନିଆଳୀର ରତନପୁର ଗାଁରେ ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ପ୍ରସଙ୍ଗରେ ଶାସକ ଦଳର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଡ଼ୁଆ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଦେବାଶୀଷ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ନାମ ନେଇଥିବାରୁ ସେ ଆଜି ମୁହଁ ଖୋଲିଛନ୍ତି। ଜୁଏଲ ଦେବାଶିଷଙ୍କ ଅଡୁଆକୁ ହାଲୁକା କରଯିବା ପରିବର୍ତ୍ତେ ଆହୁରି ବଢାଇ ଦେଇଛି। ସହିଦଙ୍କ ସଂପର୍କୀୟଙ୍କୁ ବିଧାୟକ ଦେବାଶିଷଙ୍କ ତଣ୍ଟିଆ ପ୍ରସଙ୍ଗରେ ଦେବାଶିଷଙ୍କ ସଫେଇକୁ ଭୁଲ କଥା ବୋଲି କହିଛନ୍ତି ଜୁଏଲ ଓରାମ। ସହିଦଙ୍କ ଶବଧାର ନିକଟରେ ତାଙ୍କୁ କେହି ଠେଲିନଥିବା କହିଛନ୍ତି ଜୁଏଲ।

ଦେଶ ବିଦେଶରେ ନିନ୍ଦିତ ହେବା ପରେ ସହିଦଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ସଫେଇ ଦେଇ ଦେବାଶିଷ କହିଥିଲେ ଯେ ଅନ୍ତିମ ସଂସ୍କାର ସମୟରେ ସହିଦଙ୍କ ଦାଦା ଜୁଏଲଙ୍କୁ ଧକ୍କା ମାରିବାରୁ ସେ ହାତ ଧରି ଉକ୍ତ ବ୍ୟକ୍ତିଙ୍କୁ ବସାଇ ଦେଇଥିଲେ। ଏଥିରେ ମୋର କୌଣସି ହୀନମନ୍ୟତା ନାହିଁ। ସହିଦଙ୍କ ପରିବାର ପ୍ରତି ମୋର ଗଭୀର ସମ୍ମାନ ରହିଛି। ଘଟଣା ଦିନ ମୁଁ ସହିଦଙ୍କ ପରିବାରକୁ ସାନ୍ତ୍ଵନା ଦେଉଥିଲି। ମାତ୍ର ସହିଦଙ୍କ ଅନ୍ତିମ ସଂସ୍କାର ବେଳେ ସେଠାରେ ସଂପୃକ୍ତ ଦୂର ସଂପର୍କୀୟ ଜୁଏଲଙ୍କୁ ଧକ୍କା ମାରି ପଶି ଆସିଥିଲେ। ଏହା ଦେଖି ମୁଁ ତାଙ୍କ ହାତ ଧରି ତଳେ ବସାଇ ଦେଇଥିଲି।

କିନ୍ତୁ ଏବେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବିଧାୟକ ଦେବାଶିଷଙ୍କ ସଫେଇକୁ ଭୁଲ ବୋଲି କହିଛନ୍ତି। ଜୁଏଲ କହିଛନ୍ତି ଯେ, ସହିଦଙ୍କ ଅନ୍ତିମ ସଂସ୍କାର ସମୟରେ ମୋତେ କହି ଧକ୍କା ମାରି ନାହାନ୍ତି। ତେବେ ସେ ଦିନ କଥା ଆଉ ମନେ ନାହିଁ ବୋଲି ଜୁଏଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଅକଳରେ ପଡ଼ିବା ପରେ ବିଧାୟକ ଦେବାଶିଷ ଜୁଏଲ କାର୍ଡ ଖେଳିଥିଲେ।

ଏହି ଘଟଣା କେବଳ ରାଜ୍ୟରେ ସୀମିତ ନରହି ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ପାକିସ୍ତାନ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ନେଇ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ଏତେ ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିରବ ରହି ବସିବା ସମସ୍ତଙ୍କୁ ଚକିତ କରିଛି। ଓଡ଼ିଶାର ସଂସ୍କୃତି, ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ କ୍ଷମା ମାଗିବା ପରେ ବି ଅଭିଜିତ ଆୟରଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ମାତ୍ର ଓଡ଼ିଶା ଓ ଦେଶକୁ ଦୁନିଆରେ ନିନ୍ଦିତ କରିବା ପରେ ବି ଦେବାଶିଙ୍କ ବିରୋଧରେ କାର୍ୟ୍ୟା ନୁଷ୍ଠାନ କଣ ପାଇଁ ନିଆନଯିବ ବୋଲି ପୂର୍ବତନ ମନ୍ତ୍ରୀ ଦାମ ରାଉତ କହିଥିଲେ।

Leave a Reply

Your email address will not be published. Required fields are marked *