ଦଶାହରେ ପ୍ରବୀରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦଶାହ ଅବସରରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ା ଏଥିସହ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l

ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଅତିଥି ଭାବେ ଯୋଗଦେଇ ପ୍ରବୀର ଅନୁସନ୍ଧାନମୂଳକ ଖବର ପରିବେଷଣରେ ପ୍ରବୀଣ ଥିଲେ ବୋଲି କହିଥିଲେ ା ଆଜିର ପରିସ୍ଥିତିରେ ସାମ୍ବାଦିକମାନେ ସାମାଜିକ ସମ୍ପର୍କ ବଜାୟ ରଖିବା ସହ ମୂଲ୍ୟବୋଧଭିିକ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ା

ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ରାଜ୍ୟ ସଂଘ ସଭାପତି ବିଭୂତିଭୂଷଣ କର ଯୋଗଦେଇ ପ୍ରବୀରଙ୍କ ସମସ୍ତଙ୍କୁ ନିଜର କରିବାର କଳା ସମ୍ପର୍କରେ କହିଥିଲେ ା ଏଥିସହ ଉପାନ୍ତ ଜିଲା ଗଜପତିରେ ଓଡିଆ ଭାଷାର ସୁରକ୍ଷା ଦିଗରେ ନବୀନାନନ୍ଦଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ା

ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, କମିଶନରେଟ ପୁଲିସର ଲୋକସମ୍ପର୍କ ଅଧିକାରୀ ଶିଶିର ମିଶ୍ର, ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା, ସ୍ପେଶାଲ ସ୍କାର୍ଡ ଅଧିକାରୀ ସଞ୍ଜିବ ଶତପଥୀ, ଜୋନ- ୧ ଏସିପି ମାନସ ଗଡନାୟକ, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସନତ ମିଶ୍ର, ଥବୀର ସାମଲ, ହରିହର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ା

ସେହିପରି ଭୁବନେଶ୍ୱର ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ନିରୋଦ ମହାପାତ୍ର, ସଂଗଠନ ସମ୍ପାଦକ ଜିତେନ୍ଦ୍ର ମହାନ୍ତି, ବାରଙ୍ଗ ସଂଯୋଜକ ଟୁଲୁ ପାତ୍ର, ମାମାଲି ବେର୍ବାଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ପ୍ରବୀରଙ୍କ ସ୍ମୃତିଚାରଣ କରିଥିଲେ ା

Leave a Reply

Your email address will not be published. Required fields are marked *