ଜୟ ଶାହା ଏସିସି ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂତନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ସେ ଏସୀୟ କ୍ରିକେଟ ପରିଷଦ (ଏସିସି) ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ୩୬ ବର୍ଷ ବୟସ୍କ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜ୍‌ମୁଲ ହାସନ୍‌ ପାପୋନଙ୍କ ସ୍ଥାନରେ ଜୟ ଏସିସି ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଧୁମଲ ଜୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନେତୃତ୍ବ​ରେ ଏସିସି ସଫଳତାର ଶୀର୍ଷ ସ୍ଥାନ ଛୁଇଁବା ସହିତ ଏସିଆରେ କ୍ରିକେଟ ଅଧିକ ଲାଭବାନ୍‌ ହୋଇପାରିବ ବୋଲି କହିଛନ୍ତି। ଜୟ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଏସିସି ସଭାପତି ପଦରେ ଅଧିତିଷ୍ଠ ହୋଇଛନ୍ତି। ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏସିସିକୁ ଦାୟିତ୍ବ ପ୍ରଦାନ କରାଯାଇଥାଏ। କରୋନା ମହାମାରୀ ପାଇଁ ୨୦୨୦ ଜୁନରେ ହେବାକୁ ଥିବା ଏସିଆ କପ୍‌ ସ୍ଥଗିତ ରହିଛି। ପାକିସ୍ତାନ ଏସିଆ କପ୍‌ ଆୟୋଜନ ନେଇ ଅଧିକାର ପାଇଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବାଂଲାଦେଶ କିମ୍ବା ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *