ଓଡ଼ିଶା ବିଜେପିରେ ମନ୍ତ୍ରୀ ଓ ମନ୍ତ୍ରଣାକାରୀ

ଓଡ଼ିଶାରେ ବିଜେପି ଫାଳ ଫାଳ ହୋଇଥିବା ନେଇ ‘ଓଡ଼ିଶା ଟାଇମ୍‌’ରେ ପୂର୍ବରୁ ଖବର ପ୍ରକାଶ ପାଇଛି। ନିର୍ବାଚନ ପୂର୍ବର ଏ ସ୍ଥିତି ଏବେ ବି ନିରନ୍ତର ରହିଛି। ଆଉ ଏହି ଫାଳଗୁଡ଼ିକର ପ୍ରମୁଖ ନେତୃତ୍ଵ ନେଉଛନ୍ତି ଦୁଇ ତୁଙ୍ଗ ନେତା। ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ଶିଳ୍ପପତି ତଥା ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା। ଅର୍ଥାତ୍‌ ଜଣେ ବିନା ନିର୍ବାଚନରେ କ୍ଷମତାଶାଳୀ ହେବାର ସୌଭାଗ୍ୟ ଅର୍ଜନ କରିଚାଲିଥିବା ଜଣେ ମନ୍ତ୍ରୀ ଏବଂ ଆଉ ଜଣେ ନବୀନଙ୍କ ବିରୋଧରେ ସ୍ଵର ଉତ୍ତଳନ କରି ଲୋକଙ୍କ ତିରସ୍କାର ପାଇଥିବା ସମ୍ମାନୀୟ ମନ୍ତ୍ରଣାକାରୀ।

ପୃଷ୍ଠଭୂମି

ଓଡ଼ିଶା ରାଜନୀତିରେ ବିଜେପିର ଭବିଷ୍ୟତ ଆସନ୍ତା ୫ ବର୍ଷ ପାଇଁ ଏତେ ଖରାପ ରହିବ ବୋଲି ରାଜନୀତିକ ପଣ୍ଡିତମାନେ କେବେ ଆଶଙ୍କା କରି ନଥିଲେ। ବିଜେଡିର ଭୋଟ୍‌ ଭାଗକୁ ଏହି ଦଳ ବିଭାଜନ କରିବ ଏବଂ ବିଧାନସଭାରେ ଏକ ଆଖି ଦୃଶିଆ ବିରୋଧୀ ହୋଇ ବସିବ ବୋଲି ଆକଳନ ଥିଲା। ଏପରିକି ଦିନେ କାଳେ ନିର୍ବାଚନ ଲଢ଼ି ନଥିବା ବା ଲଢ଼ି ବାରମ୍ବାର ପରାଜୟ ମୁହଁ ଦେଖିଥିବା ନେତାଙ୍କ ଗହଣରେ ବସି ଦଳୀୟ ସଭାପତି ବି ଭାରି ଦମ୍ଭରେ ଯାହା କହିଥିଲେ ତାହା ଏବେ ପାଣିଫୋଟକା ହୋବୋଲି ପ୍ରମାଣିତ ହୋଇଛି।

ଏଭଳି ପରିସ୍ଥିତିରେ ରାଜ୍ୟରେ ବିଜେପି ସେଇ ବିରୋଧୀ ଭୂମିକାରେ ସ୍ଥିର ରହିଛି। ଆଗ ଅପେକ୍ଷା ଯଦିଓ ସଂଖ୍ୟା ବଢ଼ିଛି କିନ୍ତୁ ବିଧାନସଭାରେ ଶକ୍ତି ହରାଇଛି ବିଜେପି।   

ନିର୍ବାଚନ ରାଜନୀତିରେ ବିଶ୍ଵାସ ରଖୁଥିବା ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଓଡ଼ିଶାର ରାଜନୀତିକୁ ସାରା ଦେଶଠୁ ଭିନ୍ନ ବୋଲି ଅନୁଭବ କରିସାରିଲେଣି । ଏହିକ୍ରମରେ ଆଉ ବିଜେଡି ଏକ କଟୁ ନଜରରେ ସାମ୍ନାକୁ ଆସୁ ନାହିଁ ବରଂ ବିକାଶର ସ୍ଲୋଗାନରେ ଗ୍ଧସୀମିତଗ୍ଦ ବନ୍ଧୁ ଭାବେ ପରିଗଣିତ ହେଉଛି। ‘ମମତା’, ‘ମାୟା’, ‘ଅଖିଳେଶ’, ‘ଚନ୍ଦ୍ରବାବୁ’ଙ୍କ ଭଳି ଗ୍ଧନବୀନଗ୍ଦ ବିଚାର ହେଉନାହାନ୍ତି। ବିଗତ ଦିନର ସମ ଦୂରତ୍ଵ ଏବଂ ନିକଟରେ ବଦଳିଥିବା ସମଦୂରତ୍ଵର ନୀତି ଓଡ଼ିଶାକୁ ବିଜେପିର କେନ୍ଦ୍ରୀୟ ବଳ ସହ ନିକଟତର କରିଥିବା ଅନୁମେୟ ହେଉଛି।

ସଂସଦରେ ଅଦରକାରୀ

ସଂସଦରେ ଓଡ଼ିଶା ବିଜେପିର ସ୍ଥିତି ଭଲ ହୋଇଥିଲେ ମଧ୍ୟ ସେମାନେ କ୍ଷମତା ଅଳିନ୍ଦକୁ ଆସିପାରି ନାହାନ୍ତି। ୮ ନିର୍ବାଚିତ ସାଂସଦଙ୍କ ଭିତରୁ ମାତ୍ର ଜଣଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦ ମିଳିଛି। ପୂର୍ବରୁ ଯେଉଁ କ୍ୟାବିନେଟ୍‌ ମନ୍ତ୍ରୀପଦ ଏନ୍‌ଡିଏ ସରକାରରେ ଓଡ଼ିଶାର ଲୋକସଭା ସାଂସଦଙ୍କୁ ଦିଆଯାଉଥିଲା ତାହା ଆଉ ନାହିଁ। ଅର୍ଥାତ୍‌ ଓଡ଼ିଶାର ବିଜେପି ସାଂସଦମାନେ ଜନମତ ପାଇ ବି ନିରାଶ। ଅପରପକ୍ଷେ ଓଡ଼ିଶାରୁ ନିର୍ବାଚିତ ହୋଇ ନଥିବା ଧର୍ମେନ୍ଦ୍ର ପ୍ରଧାନ ସେହି ମନ୍ତ୍ରଣାଳୟ ସହ ଷ୍ଟିଲ୍‌ ମନ୍ତ୍ରଣାଳୟ ଦାୟିତ୍ଵ ନେଇ ଆହୁରି ଗୁରୁତ୍ଵ ବଢ଼ାଇଛନ୍ତି। କିନ୍ତୁ ଯେଉଁ ପଶ୍ଚିମାଞ୍ଚଳ ବିଜେପିକୁ ୮ ରୁ ୫ ସଂସଦ ଦେଇଛି ତାହାକୁ ଗୁରୁତ୍ଵ ଦିଆଯାଇ ନାହିଁ।

ବିଜୟୀ ସାଂସଦଙ୍କ ପଛରେ ଜୟ

ବିଜେପିର ସାଂସଦ ପ୍ରାର୍ଥୀ ଚୟନରେ କେନ୍ଦ୍ରୀୟ ନେତାଙ୍କ ଅଙ୍କ ସହ ଧର୍ମେନ୍ଦ୍ରଙ୍କ ଆକଳନ ଓ ଲବି ଏକ ଗୁରୁତ୍ଵପୂଣ୍ଣ ଭୂମିକା ରଖିଥିଲା। କିନ୍ତୁ ଯେଉଁ ନିଷ୍କର୍ଷ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଆସିଲା ସେଥିରେ ବିଜେପିରୁ ନକରାତ୍ମକ ପରିସ୍ଥିତି ବାସ୍ନା ହେଲା। ଏହିକ୍ରମରେ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ଘୋଷଣା ବେଳେ ଧର୍ମେନ୍ଦ୍ରଙ୍କୁ ଏକ ପ୍ରକାର କୋଣଠେସା କରାଯାଇଥିବା ଚର୍ଚା ହୁଏ। ସେତେବେଳେ ବୈଜୟନ୍ତଙ୍କ ଆବିର୍ଭାବ ହୋଇଥିଲା। ବାଲେଶ୍ଵର ହେଉ ବା ବରଗଡ଼ ଅଥବା ବଲାଙ୍ଗୀର ଏବଂ ପୁରୀରେ ବୈଜୟନ୍ତଙ୍କ ଭୂମିକା ଥିଲା ଯଥେଷ୍ଟ। ଯଦିଓ ସେ ଏବଂ ପୁରୀ ଉଭୟ ଚିତ୍‌ପଟାଙ୍ଗ ହେଲେ, କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀ ଭିତରେ ମାତ୍ର ଜଣେ ତଥା ପୂର୍ବତନ ସଭାପତି ବିଜୟୀ ହୋଇଥିବାବେଳେ ପରୋକ୍ଷରେ ଯେଉମାନଙ୍କୁ ପ୍ରାର୍ଥୀ ନକରିବା ଲାଗି ବିବାଦ ଉପୁଜିଥିଲା ସେଥିରେ ଅନ୍ୟ ୭ଙ୍କର ବିଜୟୀ ହୋଇଛି। ଅପରପକ୍ଷେ କଳାହାଣ୍ଡିର ସଂସଦୀୟ କ୍ଷେତ୍ର ପାଇଁ ଯିଏ ପୂର୍ବ ପ୍ରସ୍ତୁତି କରିଥିଲେ ତାଙ୍କୁ ସେହି ସ୍ଥାନରୁ ହଟା ଯାଇଥିବାରୁ ସେ ବି ବିଷୋଦ୍‌ଗାର କରିଥିଲେ।

ଜୟଙ୍କ ଢାଲ ପ୍ରତାପ

ଦିଲ୍ଲୀରେ କାହାକୁ ମନ୍ତ୍ରୀ ପଦ ମିଳିବ ସେ ନେଇ ଚାଲିଥିବା ଚର୍ଚାରେ ଓଡ଼ିଶାରୁ କାହାର ନାଁ ଉଠିବ ସେ ବାବଦରେ ଜୟ ବେଶ୍‌ ଚତୁରତା ଅବଲମ୍ବନ କରିଥିବା ଜଣାଯାଏ। ସୋଶାଲ୍‌ ମିଡିଆରେ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଯେଉଁ ଚର୍ଚା ଉଗ୍ର ହୋଇଥିଲା ତାହାର କାର୍ପଟଦାର ସ୍ଵୟଂ ଜୟ ପଣ୍ଡା ଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅର୍ଥାତ୍‌ ଜନମାନସରେ ପ୍ରତାପଙ୍କ ପୂର୍ବ ଅପରାଧିକ ଇତିହାସକୁ ଲୁଚାଇ ଏକ ସନ୍ଥର ଭୂମିକା ଦେବା ଲାଗି ଜୟ ଉଦ୍ୟମ କରିଥିଲେ।

ଏହି ଉଦ୍ୟମରେ ସେ ସଫଳ ବି ହେଲେ। କାରଣ ଓଡ଼ିଶାରୁ କିଏ ମନ୍ତ୍ରୀ ହେବେ ଯେତେବେଳେ ଚର୍ଚା ହେଲା ସେତେବେଳେ ଅନେକ ବଡ଼ ବଡ଼ ଅଭିଜ୍ଞଙ୍କ ନାଁ ଥାଉ ଥାଉ ପ୍ରତାପଙ୍କ ପାଇଁ ଜୋର୍‌ ଦେଲେ ଜୟ। ଆଉ ତାଙ୍କର ବି ହେଲା ବିଜୟ।

ଶେଷ କଥା

ଯଦିଓ ଏ ଉଦ୍ୟମ ନିର୍ବାଚନର ବହୁ ପୂର୍ବରୁ ହୋଇଥିଲା କିନ୍ତୁ ଧର୍ମେନ୍ଦ୍ର ଏହିସବୁ ଉଦ୍ୟମକୁ ଧୂଳିସାତ କରିଥିବାବେଳେ ଏବେ ଚୁପ୍‌ ରହିବା ବୟାନ କରୁଛି ଯେ, ପାହ୍ୟା ପାଇ ମଧ୍ୟ ମୁକୁଭାଇ ଆଉ ପୂର୍ବପରି ଚାଣକ୍ୟ ଭୂମିକା ତୁଲାଇପାରୁ ନାହାନ୍ତି। ଆଉ ପର୍ଦା ପଛରେ ରହି ଜୟ ହିରୋ ହେବାକୁ ଉଦ୍ୟମ କରୁଛନ୍ତି। ହେଲେ ହାଇକମାଣ୍ଡ ରାଜନୀତିରେ ବିଶ୍ଵାସ କରୁଥିବା ବିଜେପିର ଏହି ଥୋପ ନେତା ଜାରି କରିବା ଉଦ୍ୟମ ଆଗକୁ ଦଳକୁ ମଜଭୁତ କରିବାରେ ସକ୍ଷମ ହେବ କି?

Leave a Reply

Your email address will not be published. Required fields are marked *