ଜମ୍ମୁ କଶ୍ମୀରରେ ପୋଲିସ ଟିମ୍ ଉପରେ ଆତଙ୍କୀ ହମଲା

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କଶ୍ମୀରର କୁଲଗାମରେ ପୋଲିସ ଟିମ ଉପରେ ଆତଙ୍କୀ ହମଲା । ଶନିବାର ସନ୍ଧ୍ୟାରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ ପରେ ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରାଯାଇଛି । ଏଥିସହ ସେହି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ସୂଚନା ଅନୁଯାୟୀ ପୋଲିସର ଟିମ୍ କୁଲଗାମର ପମୱେ ଲାଇନକୁ ଯାଉଥିଲେ । ସେହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଫଳରେ ୩ ଜଣ ଯବାନ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯିଇଥିଲା । ତେବେ ଜଣେ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ପରେ ଅତିରିକ୍ତ ଯବାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଛନ୍ତି ।

Leave a Reply

Your email address will not be published. Required fields are marked *