କୁଲଗାମରେ ସେନାକୁ ବଡ ସଫଳତା, ଯବାନ ଗୁଳିରେ ଟଳିଛନ୍ତି ୫ ଆତଙ୍କବାଦୀ
କାଶ୍ମୀର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ସେନାର ଆକ୍ରମଣ ଜାରି ରହିଛି । ବର୍ତ୍ତମାନ କୁଲଗାମରେ ଏକ ବଡ ପଦକ୍ଷେପ ନେଇ ସେନା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏନକାଉଣ୍ଟର ପରେ ସେନାକୁ ମିଳିଛି ଏହି ସଫଳତା । କୁଲଗାମର ପୋମ୍ବରେ ୩ ଜଣ ଏବଂ ଗୋପାଳପୁରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କୁହାଯାଉଛି ଯେ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ଆଧାରରେ ଅପରେସନ୍ ଆରମ୍ଭ କରିଥିଲେ । ପରେ କୁଲଗାମର ପୋମ୍ବ ଅଞ୍ଚଳରେ ତିନିଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ସେନା ଚାରିପାଖରୁ ଏହି ଅଞ୍ଚଳକୁ ଘେରି ରହିଥିଲା । ଏପରିକି ଯାତାୟାତ ଉପରେ କଡା ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ବି ଗୋପାଳପୁର ଅଞ୍ଚଳରେ କମ୍ୱିଂ ଅପରେସନ ଜାରି ରହିଛି ।
ସେଠାରେ ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଛି । ଏଭଳି ପରିସ୍ଥିତିରେ ସେନା ଏକାସାଙ୍ଗେ ଦୁଇଟି ସ୍ଥାନରେ ଚାଲିଛି । ନିହତ ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଆଫାକ ସିକନ୍ଦର, ଶାକିର, ହାଇଦର ଏବଂ ଇବ୍ରାହିମ ମଧ୍ୟ ସାମିଲ ଅଛନ୍ତି । ଗତ ୨ ସପ୍ତାହରେ ଲଗାତାର ଘାଟିରେ ଆତଙ୍କବାଦୀମାନେ ହମଲା କରିବାରେ ଲାଗିଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ସରକାର କଠୋର ପଦକ୍ଷେପ ନେଉଛନ୍ତି । ତଥାପି ସେମାନେ ନିଜର ପ୍ରକୃତି ଛାଡୁନାହାଁନ୍ତି ।
କେତେବେଳେ ବାହାର ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଭାରତୀୟ ଯବାନ ସମସ୍ତଙ୍କୁ ମୁହଁତୋଡ ଯବାବ ଦେଉଛନ୍ତି । ଏହାରି ଭିତରେ କାର୍ଯ୍ୟକ୍ରମରେ ମନୋଜ ସିହ୍ନା କହିଛନ୍ତି କିଛି ଲୋକ ଘାଟିର ମାହୋଲକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସେ କହିଛନ୍ତି ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଆସନ୍ତା ୨ ବର୍ଷ ମଧ୍ୟରେ ଘାଟିରୁ ସଫାହେବ ଆତଙ୍କୀ । ଆତଙ୍କବାଦ ମୁକ୍ତ ହେବ ଘାଟି ଅଞ୍ଚଳ ।