ଜାପାନ ପରେ ଭୂମିକମ୍ପରେ ଥରିଲା ଇରାନ, ରିକ୍ଟର ସ୍କେଲରେ ତୀବ୍ରତା ୬

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବୁଧବାର ଜାପାନରେ ଆସିଥିବା ଭୂମିକମ୍ବ ପରେ ଗୁରୁବାର ଇରାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି ଜଣାପଡିଛି । ମିଡିଆ ରିପୋର୍ଟ ଅନୁସାରେ, ଜାପାନର ରାଜଧାନୀ ଟୋକିଓରେ ବୁଧବାର ରାତି ୦୮:୦୬ ସମୟୟରେ ଭୟାବହ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ  ଏହାର ତିବ୍ରତା ୭.୧ ବୋଲି ଜଣା ପଡ଼ିଛି । ଟୋକିଓ ଠାରୁ ୨୯୭ କିମି ଉତ୍ତର ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଏହା ପରେ ଜାପାନରେ ସୁନାମୀ ହେବାର ଆଶଙ୍କା ରହିଛି ବୋଲି ଚେତାବନୀ ଜାରି କରାଯାଇଛି ।

ଏହି ଭୂମିକମ୍ପର ପ୍ରଭାବ ଭାରତର ଲଦାଖରେ ମଧ୍ୟ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ବୋଲି ମପାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଲଦାଖରେ ଏହି ଭୂମିକମ୍ପ ଲଦାଖରେ ସନ୍ଧ୍ୟା ୦୭:୦୫ ରେ ଅନୁଭୂତ ହୋଇଛି ।

ଭୂକମ୍ପର ପ୍ରଭାବ ଅନୁଭୂତ ହେବା ମାତ୍ରେ ଲୋକମାନେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଏହି ଭୂମିକମ୍ପରେ ବର୍ତ୍ତମାନ କୌଣସି କ୍ଷୟ କ୍ଷତି ହୋଇ ନାହିଁ ବୋଲି ଜଣା ପଡ଼ିଛି। କିନ୍ତୁ ଏନେଇ ଲୋକମାନେ ଏବେ ଭୟବିତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି ଭୂକମ୍ପର ଗଭୀରତା ୧୧୦ କିମି, ଦେଶାନ୍ତର ୭୫.୧୮ ପୂର୍ବ ଓ ଅକ୍ଷାଂଶ ୩୬.୦୧ ଥିଲା ।

Leave a Reply

Your email address will not be published. Required fields are marked *