ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ଵତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସ ପାଳନ କରିଛନ୍ତି। ବିଶ୍ଵ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟେ କେକ୍‌ କାଟି ଏହି ଦିବସକୁ ପାଳନ କରାଯାଇଛି। ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍‌ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ ଅଭିହିତ କରି ପ୍ରଶଂସା କରିଥିଲେ। ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିବେ ସେ ସଂପର୍କରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର ପ୍ରଭାତି ତ୍ରିପାଠୀ, ଆଇଟିଇଆରର ପ୍ରଫେସର ମୀରା ଦାସ, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଦେବାହୁତି ମିଶ୍ର, ଏସଏଚଏମର ପ୍ରଫେସର ସ୍ମିତା ମହାପାତ୍ର, ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳ ପଣ୍ଡା ଓ ଜାଗୋର ଆବାହିକା ପ୍ରଫେସର ଅନୀତା ପଣ୍ଡାଙ୍କ ସମେତ ସୋଆରେ କାର୍ଯ୍ୟରତ ଅନେକ ମହିଳା ଯୋଗ ଦେଇଥିଲେ।

ଏହି  କାର୍ଯ୍ୟକ୍ରମରେ ଭଏସ୍ ଅଫ୍‌ ସୋଆ କମ୍ୟୁନିଟି ରେଡିଓ ୯୦.୪ର ଦାୟିତ୍ଵରେ ଥିବା ଶ୍ରୀମତୀ  ହନୀ ପଟ୍ଟନାୟକ, ନ୍ୟୁଜ୍ ୭ର ମହିଳା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, ଇତିଶ୍ରୀ ନାୟକ, ମୌସୁମୀ ମହାନ୍ତି ଓ ପ୍ରମେୟର ସାମ୍ବାଦିକା ସଂଯୁକ୍ତା ସାହୁ, ପ୍ରିୟଦର୍ଶିନୀ ସାହୁ, ରାଜଶ୍ରୀ ସାହୁ ଓ ସସ୍ମିତା ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *