ଇଣ୍ଡିଆନ୍ ଆଇଡଲ୍ ସନ୍ନି ହିନ୍ଦୁସ୍ତାନୀ
ନୂଆଦିଲ୍ଲୀ (ଓଟି): ଇଣ୍ଡିଆନ ଆଇଡଲ୍ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ସିଜନ୍-୧୧ରେ ବାଜି ମାରିନେଇଛନ୍ତି ସନ୍ନି ହିନ୍ଦୁସ୍ତାନୀ। ସନ୍ନି ହୋଇଛନ୍ତି ଟାଇଟଲ ବିଜେତା। ସଂଗୀତର ମହାସଂଗ୍ରାମରେ ବିଜେତା ସନ୍ନିଙ୍କୁ ଆଇଡଲ୍-୧୧ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ଘୋଷଣାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଯେତେବେଳେ ସେହି ମୁହୂର୍ତ୍ତ ଆସିଲା; ନିଜକୁ ବିଜେତା ଶୁଣିବା କ୍ଷଣି ସନ୍ନି ଆତ୍ମବିଭୋର ହୋଇଉଠିଥିଲେ।
ସେହିପରି ପ୍ରଥମ ରନର୍ସ ଅପ୍ ରୋହିତ ରାଉତ ଓ ଦ୍ଵିତୀୟ ରନର୍ସ ଅପ୍ ଓଙ୍କନା ମୁଖାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିବାବେଳେ ତୃତୀୟ ରନର୍ସ ଅପ୍ ଆଦ୍ରିଜ୍ ଘୋଷ ଓ ଚତୁର୍ଥ ହୋଇଛନ୍ତି ରିଧମ କଲ୍ୟା। ସମସ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଥିବାବେଳେ ବିଭିନ୍ନ ସୂତ୍ରରୁ ପ୍ରୋତ୍ସାହିତ କରାଯାଉଛି।