ଜାମ୍ମୁ କାଶ୍ମୀର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜାମ୍ମୁ, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର କଠୁଆରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ହେଲିକପ୍ଟର କଠୁଆର ରଣଜିତ ସାଗର ଡ୍ୟାମ ନିଟକରେ ଘଟିଛି ଏହି ଘଟଣା । ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏବେ ସବୁ ପରିସ୍ଥିତିର ଯାଞ୍ଚ ଚାଲିଛି । ସୂଚନାନୁ ଅନୁଯାୟୀ ଅଗଷ୍ଟ ୩ ତାରିଖ ସକାଳ ପ୍ରାୟ ୧୦.୨୦ସମୟରେ ଭାରତୀୟ ସେନା ୨୫୪ ଆର୍ମି ଏଭିଏନ୍ ସ୍କ୍ୱାର୍ଡନ ହେଲିକପ୍ଟର ମାମୁନ୍ କ୍ୟାଣ୍ଟରୁ ଉଡ଼ାଣ ଭରିଥିଲା ।

ହେଲିକପ୍ଟରଟି ଡ୍ୟାମ ଅଞ୍ଚଳ ନିକଟରେ ଏକ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ରାଉଣ୍ଡ ନେବା ସମୟରେ ଡ୍ୟାମରେ ଖସିପଡିଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ନଡିଆରଏଫ ଟିମ । କଠୁଆ ଜିଲ୍ଲା ଏସଏସପି ଆରସି କୋଟୱାଲଙ୍କ ଅନୁଯାୟୀ, ଡାଇଭରମାନେ ବର୍ତ୍ତମାନ ହ୍ରଦରେ ପଶି ଉଦ୍ଧାର କରୁଛନ୍ତି । ହେଲିକପ୍ଟରରେ କେତେ ଲୋକ ଥିଲେ, କେତେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସୂଚନା ମିଳିପାରିନି ।

Leave a Reply

Your email address will not be published. Required fields are marked *