ଏଲ୍‌ଏସିରେ ଗୁଳିମାଡ଼: ଭାରତୀୟ ସେନାର ବୟାନ, ଆମ ପକ୍ଷରୁ ଗୁଳିମାଡ଼ ହୋଇ ନାହିଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)କୁ ଅତିକ୍ରମ‌ କରି ଗୁଳି ଚଳାଇଛି ବୋଲି ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଆମ ପକ୍ଷରୁ ପ୍ରଥମେ ଗୁଳିମାଡ଼ ହୋଇ ନ ଥିଲା ।  ସୀମାରେ ଚୀନରେ ପିଏଲଏ ଟ୍ରୁପସ ଗୁଳିମାଡ କରିଛି ବୋଲି ଭାରତୀୟ ସେନା କହିଛି। ଚୀନ ସେନାକୁ ଭୟଭୀତ କରିବା ପାଇଁ ଆମେ ତତକ୍ଷଣତା ସଜାଗ ଥିଲୁ।  

ବିବୃତ୍ତିରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଚୀନ ସାମରିକ, କୂଟନୈତିକ ଓ ରାଜନୈତିକ ସ୍ତରରେ ସକ୍ରିୟ ରହି ଖୋଳାଖୋଲି ଭାବେ ଚୁକ୍ତି ଉଲ୍ଲଂଘନ କରିବା ସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛି। ଗତକାଲି ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)ଠାରେ ଭାରତ ନୁହେଁ ବରଂ ଚୀନ ସେନାର ଯବାନମାନେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ।

 

ଭାରତର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି କି “ଭାରତୀୟ ସେନା ଶାନ୍ତି ଏବଂ ଶାନ୍ତି ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ, କୌଣସି ବି ମୂଲ୍ୟରେ ଭାରତ ତା’ର ଅଖଣ୍ଡତା  ସାର୍ବଭୌମତ୍ବକୁ ରକ୍ଷା କରିବ।’’

ଏହାପୂର୍ବରୁ ଚୀନ୍‌ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କର୍ଣ୍ଣେଲ ଜହାଙ୍ଗ ଶିଆଲି ଦାବି କରିଥିଲେ ଯେ ଭାରତୀୟ ସେନା ଉତ୍ତେଜନାମୂଳକ କାର୍ଯ୍ୟ କରୁଥିବାବେଳେ ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟ ଶେନପାଓ ପର୍ବତରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିଛି।  

Leave a Reply

Your email address will not be published. Required fields are marked *