#IndiaFightsCorona: ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାମ୍ପ୍ରତିକ ପରିସ୍ଥିତିକୁ ଅଶଖିରେ ରଖି ଭୁବନେଶ୍ଵରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ପକ୍ଷରୁ ଟେଲିମେଡିସିନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ୯ଟି ଭିଭାଗରେ ଏହି ସୁବିଧା ଉପଲବ୍ଧ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି ସ୍ଵତନ୍ତ୍ର ଭାବେ ୯ଟି ଟାବ୍ଲେଟ୍‌କୁ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀମାନେ ହ୍ବଟ୍ସଆପ୍‌ ଭିଡିଓ କଲ କରି ଡାକ୍ତରଙ୍କ ସହ ଯୋଗା ଯାଗ କରିପାରିବେ ଡାକ୍ତର ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ସହ ମେଡିସିନ୍‌ ପାଇଁ ପ୍ରେସ୍କ୍ରିପ୍ସନ୍‌ ମଧ୍ୟ ହ୍ବାଟ୍ସଆପ୍‌ ମାଧ୍ୟମରେ ପ୍ରଦାନ କରିବେ। ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ବୋଲି ଦର୍ଶାଯାଇଛି।

ଯେଉଁ ବିଭାଗ ଗୁଡ଼ିକ ଏଥିରେ ଅନ୍ତୁର୍ଭକ୍ତ ହୋଇଛନ୍ତି ସେଗୁଡ଼ିକ ହେଲା ସାଧାରଣ ମେଡିସିନ୍‌, ସାଧାରଣ ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି,ଶିଶୁରୋଗ, ଅସ୍ଥିରୋଗ, ଛାତିରୋଗ, ମୂତ୍ରରୋଗ, ମାନସିକ ରୋଗ ଏବଂ ହୃଦ୍‌ରୋଗ। ଏମ୍ସ ପକ୍ଷରୁ ବିଭାଗ ଅନୁସାରେ ୯ଟି ସ୍ଵତନ୍ତ୍ର ହ୍ବାଟ୍‌ସଆପ୍‌ ନମ୍ବର ପ୍ରଦାନ କରାଯାଇଛି। ବିଭାଗ ଅନୁସାରେ ଏଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା।

ସାଧାରଣ ମେଡିସିନ୍‌- ୮୨୮୦୩୪୬୬୨୧

ସାଧାରଣ ସର୍ଜରୀ: ୮୨୮୦୩୪୬୬୨୬

ସ୍ତ୍ରୀ ଓ ପ୍ରସୂତି,: ୮୨୮୩୪୬୬୪୨

ଶିଶୁରୋଗ: ୮୨୮୩୪୬୬୫୭

ଅସ୍ଥିରୋଗ: ୮୨୮୩୪୬୬୪୮

ଛାତିରୋଗ:୮୨୮୩୪୬୬୬୩

ମୂତ୍ରରୋଗ:୮୨୮୩୪୬୬୭୫

ମାନସିକ ରୋଗ:୮୨୮୩୪୬୬୬୦

ଏବଂ ହୃଦ୍‌ରୋଗ: ୮୨୮୩୪୬୬୮୬

 

Leave a Reply

Your email address will not be published. Required fields are marked *