#IndiaFightsCorona: ନବୀନଙ୍କ ପରେ କେଜ୍ରିୱାଲ୍‌ ଘୋଷଣା କଲେ ୫ଟି, କିନ୍ତୁ କରୋନା ମୁକାବିଲା ପାଇଁ

ଭୁବନେଶ୍ଵର, (ଓଟି): କରୋନା ରୋଗର ମୁକାବିଲା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍‌ ଆଜି ୫-ଟି ମନ୍ତ୍ର ଉଚ୍ଚାରଣ କରିଛନ୍ତି। ଲୋକଙ୍କୁ ଆବଶ୍ୟକ ସମୟରେ ଜରୁରୀ ସୁବିଧା ଉପଲବ୍ଧ କରାଇ କରୋନା ସହ ଲଢ଼ିବା ଲାଗି ଏହି ମନ୍ତ୍ର ସହାୟକ ହେବ ବୋଲି ସେ ଆଶା କରିଛନ୍ତି। ଏପରିକି ନିଜେ ସମସ୍ତ କାର୍ଯ୍ୟକୁ ତଦାରଖ କରି ଦାୟିତ୍ଵ ନେବା ଲାଗି ରହିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି କେଜ୍ରିୱାଲ୍।

ଏହା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶାସନ ତନ୍ତ୍ର ୫-ଟି ମୂଳମନ୍ତ୍ର ଉପରେ ଆଧାର କରାଯାଇଥିବା ନବୀନ ଘୋଷଣା କରିଛନ୍ତି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ୫-ଟି ସଚିବ ଭାବେ ଦାୟିତ୍ଵ ଦିଆଯାଇଛି। ନବୀନଙ୍କ ଏହି ୫-ଟିରେ ରହିଛି ଟିମ୍‌ୱର୍କ ଟୋକ୍ନାଲୋଜି, ଟ୍ରାନ୍ସପରେନ୍ସୀ, ଟ୍ରାନ୍ସଫରମେସନ୍‌ ଏବଂ ଟାଇମ୍‌ଲିମିଟ୍‌କୁ ଶାସନ କଳର ପ୍ରମୁଖ ବିଚାର ଭାବେ ଗ୍ରହଣ କରାଯାଇଛି। ଅଧିକାରୀମାନଙ୍କର ଦକ୍ଷତାର ମାପକାଠି ବି ଏହି ୫-ଟି ହୋଇଛି।

ଶ୍ରୀ କେଜ୍ରିୱାଲ୍‌ଙ୍କ ଦ୍ଵାରା ଘୋଷଣା କରାଯାଇଥିବା ୫-ଟି କିନ୍ତୁ ନବୀନଙ୍କ ଟି ମାନଙ୍କଠାରୁ ଭିନ୍ନ। ଯଦିଓ ଲୋକଙ୍କ ପାଖରେ ଶାସନ କଳକୁ ତ୍ଵରିତ ଏବଂ ଶାଣିତ ଢଙ୍ଗରେ ପହଞ୍ଚାଇ ଆବଶ୍ୟକ ସୁବିଧା ଦେବା ଲାଗି ଉଭୟ ଉଦ୍ଦିଷ୍ଟ ହେଲେ କେରାନା ପରିପ୍ରେକ୍ଷୀରେ ଏହାକୁ ଅଧିକ ଧ୍ୟାନ କୈନ୍ଦ୍ରିକ କରିଛନ୍ତି କେଜ୍ରିୱାଲ୍‌।

ସେ ଘୋଷଣା କରିଥିବା ୫-ଟି ହେଉଛି ଟେଷ୍ଟିଂ, ଟ୍ରେସିଂ, ଟ୍ରିଟ୍‌ମେଣ୍ଟ, ଟିମ୍‌ୱର୍କ ଏବଂ ଟ୍ରକେ୍ଂ ଓ ମନିଟରିଂ।

କେଜ୍ରିୱାଲ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର କରୋନା ଯୁଦ୍ଧରେ ଲଢ଼ିବା ଲାଗି ରାଜନୀତି, ବିଭେଦକୁ ତ୍ୟାଗ କରିଛନ୍ତି। ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏବେ ଏକାଠି ହୋଇ କାମ କରୁଛନ୍ତି। ଏପରିକି ଶଶସକ ଓ ବିରୋଧୀ ଦଳ ମଧ୍‌ୟ ଏହି ମୁହୂର୍ତ୍ତରେ ଏକାଠି ହୋଇଛନ୍ତି। ଏଣୁ ଏହା ଏକ ଗୁରୁତ୍ଵପୂଣ୍ଣ ସମୟ ଓ ଆମକୁ କୌଣସି ଜରୁରୀ ପରିସ୍ଥିତିର ସାମ୍ନା କରାଇବାକୁ ପ୍ରେରିତ କରୁଛି ।

କରୋନା ମୁକାବିଲା ଯୋଜନାର ପ୍ରଥମ ଟି- ଟେଷ୍ଟିଂ। ଏହିକ୍ରମରେ କେଜ୍ରିୱାଲ୍‌ ୧ଲକ୍ଷ ରାପିଡ୍‌ ଟେଷ୍ଟିଙ୍ଗ୍‌ ପାଇଁ ପ୍ରସ୍ତୁତ ହୋଇଥିବା କହିଛନ୍ତି। ସେ କହିଛନ୍ତି କିଛିଦିନ ତଳେ ରାଜ୍ୟରେ ଟେଷ୍ଟ୍‌କିଟ୍‌କୁ ନେଇ ସମସ୍ୟା ଥିଲା। କିନ୍ତୁ ଏବେ ତାହା ଆଉ ନାହିଁ। ରାଜ୍ୟରେ ଏବେ ୫୦ ହଜାର ଆବଶ୍ୟକ ଟେଷ୍ଟିଂ କରାଯିବ। ଏହା ବାଦ୍‌ ୧ ଲକ୍ଷ ଲୋକଙ୍କ ଲାଗି କ୍ଷୀପ୍ର ଟେଷ୍ଟିଂ କରାଯିବ। ଏହିପରି ପରୀକ୍ଷଣ ଦକ୍ଷିଣ କୋରିଆ ଢାଞ୍ଚାକୁ ଗ୍ରହଣ କରି କରାଯିବ। ଫଳରେ  ଯେଉଁମାନଙ୍କ ଦେହରେ ସାମାନ୍ୟଫ୍ଲୁ ଲକ୍ଷଣ ଦେଖାଯିବ ସେମାନଙ୍କ ଶରୀରରେ କରୋନା ସଂକ୍ରମଣ ଜାଣିବା ସହଜ ହେବ। ଯଦି ରାପିଡ୍‌ ଟେଷ୍ଟରେ ତାହା ପ୍ରମାଣିତ ହୁଏ ତେବେ ସେହି ବ୍ୟକ୍ତିଙ୍କୁ  ଆବଶ୍ୟକ ଟେଷ୍ଟ କରାଯିବ। ଏହାଦ୍ଵାରା କରୋନାକୁ ରୋକିବା ସହଜ ହେବ ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସେହିପରି ଦ୍ଵିତୀୟ ପଦକ୍ଷେପ (ଟି) ଭାବେ ଦିଲ୍ଲୀ ସରକାର ଟ୍ରେସିଂ ବା ଚିହ୍ନଟ ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି। ଯେଉଁମାନେ ସନ୍ଦିଗ୍ଧ ସେମାନେ କୁୖାଡ଼େ ଯାଇଥିଲେ ତାହାକୁ ଜିପିଏସ୍‌ ମାଧ୍ୟମରେ ନିରୀକ୍ଷଣ କରାଯିବ। ଏହି ଅଞ୍ଚଳ ଭିତରେଆସୁଥିବା ଅଞ୍ଚଳ ଏବଂ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପରୀକ୍ଷଣ ଓ ବିଶୋଧନ କାର୍ଯ୍ୟ କରାଯିବ। ଏ ଭିତରେ ରାଜ୍ୟ ସରକାର ୨୭୨୦୨ ଜଣଙ୍କ ଫୋନ୍‌ ନମ୍ବର ଦିଲ୍ଲୀ ପୁଲିସଙ୍କୁ ହସ୍ତାନ୍ତର କରିଛନ୍ତି। ପୁଣି ମରକାଜ୍‌ରୁ ଉଦ୍ଧାର କରାଯାଇଥିବା ୨୦୦୦ ଲୋକଙ୍କ ଫୋନ୍‌ ନମ୍ବର ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ଅତିତର ଗତିବିଧିକୁ ଲକ୍ଷ୍ୟ କରି ସରକାର ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବେ।

ତୃତୀୟ ପଦକ୍ଷେପରେ ରହିଛି ଟ୍ରିଟମେଣ୍ଟ। ଏ ଭିତରେ ଦିଲ୍ଲୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ ରହିଛି। କିନ୍ତୁ ରାଜ୍ର ସରକାର ୩୦ ହଜାର ରୋକୀଙ୍କୁ ଚିକିତ୍ସା କରିବାପ ପାଇଁ ହସ୍‌ପିଟାଲ୍‌ ଶଯ୍ୟା ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି। ବିଭିନ୍ନ ହସ୍‌ପିଟାଲ୍‌କୁ ଧୀରେ ଧୀରେ ସରକାର ଅଧିଗ୍ରହଣ କରି ତାହାକୁ କୋଭିଡ୍‌ ହସ୍‌ପିଟାଲ୍‌ରେ ପରିଣତ କରିବା ଯୋଜନା ରଖିଛନ୍ତି। ଏହାଛଡ଼ା ହୋଟେଲ୍‌ ଏବଂ ଧର୍ମଶାଳାରେ ମଧ୍ୟ ହସ୍‌ପିଟାଲ୍‌ ସୁବିଧା ପ୍ରଦାନ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

ଚତୁର୍ଥ ଟି’କୁ କେଜ୍ରିୱାଲ୍‌ ଟିମ୍‌ ୱର୍କ ବୋଲି କହିଛନ୍ତି। ଏଥିରେ ସମସ୍ତ ସରକାରୀ କଳ ସହ ବିରୋଧୀ ଦଳ, ଅନ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଗୋଟିଏ ଟିମ୍‌ ବୋଲି ସେ ଅଭିହିତ କରିଛନ୍ତି। ଆବଶ୍ୟକ ସହଯୋଗ ରକ୍ଷା କରି ସେ ମଜଭୁତ ଭାବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି।

ପଞ୍ଚମ’ ଟିକୁ ସର୍ବାଧିକ ଗୁରୁତ୍ଵ ଦେଇ ନିଜର ଦା୍ରିତ୍ଵ ବୋଲି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ କହିଛନ୍ତି, ଏହା ହେଉଛି ଟ୍ରାକିଂ ଓ ମନିଟରିିଂ। ଯେଉଁ ସବୁ କାମ ଉପରେ କୁହାଗଲା ସେସବୁ ଠିକଣା ଭାବେ କାର୍ଯ୍ୟ କରୁଛନ୍ତି କି ନା ସେସମ୍ପର୍କରେ ଜାଣିବା ତଥା ଆବଶ୍ୟକ ପଦକ୍ଷେପ ନେବା ଲାଗି ସରକାର ଏହି ଯୋଜନା ଆପଣାଇଛନ୍ତି।

Leave a Reply

Your email address will not be published. Required fields are marked *