ଆୟକର ଛାଡ଼ ଓ ୮୦ ସି ନିବେଶ ସୀମା ବଢ଼ିବ

ମୋଦି ସରକାର ଆଗାମୀ ୫ତାରିଖରେ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ‍୍‌ ସଂସଦରେ ଆଗତ କରିବେ। ଏହି ବଜେଟ‍୍‌ରେ ଚାକିରିଆ ଆୟକରଦାତାଙ୍କୁ ଖୁସି କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ବଜେଟ‍୍‌ରେ ବ୍ୟକ୍ତିଗତ ଆୟକର ସୀରମାକୁ ସରକାର ବଢ଼ାଇବାକୁ ଯାଉଛନ୍ତି। ଗତ ଜାନୁଆରୀ ମାସରେ ମୋଦି ସରକାର ଆଗତ କରିଥିବା ବଜେଟ‍୍‌ରେ ବାର୍ଷିକ ୫ଲକ୍ଷ ଆୟ କରୁଥିବା ଲୋକମାନଙ୍କ ପାଇଁ ଆୟକର ଦେବାକୁ ପଡ଼ିବ ପାହିଁ ବୋଲି ଘୋଷଣା କରିଥିଲେ। ଏହି ସୀମାକୁ ଆହୁରୀ ଅଧିକ ବୃଦ୍ଧି କରିବେ ବୋଲି ଜଣାପଡ଼ିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟ କର ପରିମାଣ ପୂର୍ବରୁ ଥିବା ୨.୫ଲକ୍ଷ ସୀମା ୩ଲକ୍ଷକୁ ବୃଦ୍ଧି କରିପାରନ୍ତି। କାରଣ ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦା ଧରିଥିବାରୁ ଏହାକୁ କ୍ରିୟାଶୀଳ କରିବା ପାଇଁ ଆୟକର ଛାଡ଼ ପରିମାଣ ସରକାର ବୃଦ୍ଧି କରିବେ।

ଆୟକର ଛାଡ଼ ପରିମାଣ ବଢ଼ିଲେ ଲୋକମାନଙ୍କର ଖର୍ଚ୍ଚ କରିବାର ସୀମା ବୃଦ୍ଧି ପାଇବ। ଫଳରେ ଦେଶର ଅର୍ଥବ୍ୟବସ୍ଥା ସ୍ଥିର ହୋଇପାରିବ। ବର୍ତ୍ତମାନ ଦେଶର ଅଭିବୃଦ୍ଧି ହାର ୫ ବର୍ଷ ମଧ୍ୟରେ ବହୁତ ତଳକୁ ଖସିଯାଇଛି। ଚଳିତ ଆଥିର୍କ ବର୍ଷର ପ୍ରଥମ ୩ମାସରେ ଏହା ହ୍ରାସ ପାଇ ୫.୮%ରେ ପହଞ୍ଚିଛି।

ଅର୍ଥ ମନ୍ତ୍ରାଳୟ ସେକ୍ସନ ସଞ୍ଚୟ ଓ ନିବେଶ କ୍ଷେତ୍ରରେ ମିଳୁଥିବା ଆୟକର ଛାଡ଼ ସୀମାକୁ ମଧ୍ୟ ବୃଦ୍ଧି କରିବେ। ଧାରା ୮୦ ସି ଅନ୍ତର୍ଗତ ମିଳୁଥିବା ଛାଡ଼ ସୀମା ଏବେ ୧.୫ଲକ୍ଷ ରହିଛି। ଏହି ସୀମାକୁ ମଧ୍ୟ ସରକାର ବୃଦ୍ଧି କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *