ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଏଥିପାଈଁ ରାଜ୍ୟରେ କରୋନା ପରିକ୍ଷାକୁ ଅଧିକରୁ ଅଧିକ କରାଯାଉଛି । ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ – ୫୧,୭୦୭ଟି ଆଣ୍ଟିଜେନ, ୫୯୯୪ଟି ଆରଟିପିସିଆର ଓ ୧୭୬ଟି ଟ୍ରୁନଟ୍ ନମୁନା ପରୀକ୍ଷା ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧ହଜାର ୬୦୭, କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୧୦,୧୪୪ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୭,୫୪୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାରେ ୭୪୪୬ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୨୬୪ଟି ନମୁନା ପରୀକ୍ଷା ହୋଇଛି ।