ବ୍ରହ୍ମପୁରରୁ ଆନ୍ଧ୍ର ଚାଲାଣ ହେଉଛି ରୂପା ଈଟା, ୬୧ କେଜି ରୂପା ଈଟା ସହ ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର, (ଓଡିଶା ଟାଇମ୍) : ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଚାଲାଣ ବେଳେ ପୋଲିସ୍ ହାତରେ ଧରା ପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ୍ ୬୧ କେଜିର ରୁପା ଇଟା ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍ ଚେକ୍ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍କୁ ଅଟକାଇ ଥିଲା ପୋଲିସ୍ ।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ ଚେକପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା । ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାରକୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଛି । ଗାଡ଼ିରେ ଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ ପୋଲିସକୁ ଦେଖାଇପାରିନଥିଲେ । ଜବତ ରୂପା ଇଟାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମଛଲିପଟନମର ପି.ସୁରୀ ବାବୁ, ଇଜାଦଗୋବିନ୍ଦା ଏବଂ କାର ଡ଼୍ରାଇଭର ବି. ନରସିଂହମୁଲୁକୁ ଗିରଫ କରିଛି ଇଚ୍ଛାପୁର ପୋଲିସ ।