କରୋନାରେ ଚାଲିଗଲା ମହିଳାଙ୍କ ଜୀବନ: ପୁଅ ସହିତ ମିଶି ସ୍ତ୍ରୀ ପାଇଁ ମନ୍ଦିର ତିଆରି କଲେ ସ୍ୱାମୀ

ଭୋପାଲ, (ଓଡିଶା ଟାଇମ୍): ଜଣେ ଥିଲେ ସାହାଜାହାନ ଯିଏ ନିଜ ସ୍ତ୍ରୀ ମୁମତାଜଙ୍କ ପାଇଁ ତାଜମହଲ ତିଆରି କରିଥିଲେ। ସେହିପରି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ପତ୍ନୀ ମନ୍ଦିର ତିଆରି କରିଛନ୍ତି। ଘର ବାହାରେ ତିଆରି ହୋଇଥିବା ଏହି ମନ୍ଦିରରେ ସମ୍ପୃକ୍ତ ମୃତ ମହିଳାଙ୍କର ଏକ ତିନି ଫୁଟ୍ ର ପ୍ରତମୁର୍ତି ରହିଛି।

ମଧ୍ୟପ୍ରଦେଶର ସାଁପଖେଡ଼ା ଗାଁର ନାରାୟଣ ସିଂହ ରାଠୋର ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହିତ ଖୁସିରେ ରହୁଥିଲେ। ନାରାୟଣଙ୍କ ପତ୍ନୀ ଗୀତାବାୟି ବହୁତ ଧର୍ମ ପରାୟଣା ଥିଲେ। କିନ୍ତୁ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସ୍ୱାମୀ ଓ ପିଲାମାନେ ମିଶି ତାଙ୍କର ଏକ ପ୍ରତିମୁର୍ତି ତିଆରି କରିବା ପାଇଁ ସ୍ଥିର କଲେ।

ଗୀତାବାୟିଙ୍କ ପୁଅ ଲକ୍କି କହିଛନ୍ତି ଯେ ମାଆଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିଲା। ସେଥିପାଇଁ ସେମାନେ ସ୍ଥିର କରିଥିଲେ ଯେ ମାଆଙ୍କର ଏକ ପ୍ରତିମୁର୍ତି ତିଆରି କରିବୁ। ମାଙ୍କ ମୃତ୍ୟୁର ତୃତୀୟ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖ ଦିନ ତାଙ୍କ ପ୍ରତିମା ତିଆରି ପାଇଁ ଅର୍ଡର ଦିଆଯାଇଥିଲା। ଜଣେ ମୁର୍ତି ଦୋକାନୀ ସହ ମିଶି ରାଜସ୍ଥାନର ଜଣେ କାରିଗରଙ୍କୁ ପ୍ରତିମା ତିଆରି ପାଇଁ କୁହାଯାଇଥିଲା। ମୂର୍ତ୍ତି ତିଆରି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥିଲା। ମୂର୍ତ୍ତି ତିଆରି ହେବାପରେ ସେମାନେ ତାକୁ ନେଇ ଘରକୁ ଆସିଥିଲେ ଓ ଗୋଟିଏ ଦିନ ଘରେ ରଖିଥିଲେ। ଏହା ପରେ ଘରର ମୁଖ୍ୟଦ୍ୱାର ସାମ୍ନାରେ ମାଙ୍କ ମୁର୍ତି ରଖିବା ପାଇଁ ଏକ ପ୍ରଶସ୍ତ ଚଉତରା ତିଆରି କରାଯାଇଥିଲା।

 

Leave a Reply

Your email address will not be published. Required fields are marked *