ହୋଣ୍ଡା ବିଏସ୍‌-୬ ୨ଚକିଆ ଗାଡ଼ି ବିକ୍ରି ୩ ଲକ୍ଷ ଟପିଲା

ଭୁବନେଶ୍ୱର, (ଓଟି): ପ୍ରଥମ ବିଏସ୍‍-୬ ଦୁଇଚକିଆ ଗାଡ଼ି ନିର୍ମାତା ହୋଣ୍ଡାର ଗାଡ଼ି ବିକ୍ରି ୩ ଲକ୍ଷ ମାଇଲଖୁଂଟ ଅତିକ୍ରମ କରିଛି । କମ୍ପାନୀ ପାଖରେ ଏବେ ପାଞ୍ଚଟି ବିଏସ୍‌-୬ ମଡେଲ୍ ରହିଛି । ସେଗୁଡ଼ିକ ହେଉଛି ଆକ୍ଟିଭା ୧୨୫ ବିଏସ୍‌-୬, ଏସପି ୧୨୫, ଆକ୍ଟିଭା ୬ଜି, ଡିଓ ବିଏସ-୬ ଓ ସାଇନ ବିଏସ-୬ । ହୋଣ୍ଡାର ସମସ୍ତ ଚାରିଟି କାରଖାନାରେ ଏବେ ୧୦୦% ଭାବେ ବିଏସ୍‌-୬ ଗାଡ଼ି ହିଁ ଉତ୍ପାଦନ ହେଉଛି ।


ଏହି ସଫଳତା ସଂପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ଧାର୍ଯ୍ୟ ସମୟର ଛଅ ମାସ ପୂର୍ବରୁ ହୋଣ୍ଡା ପ୍ରଥମ ଦୁଇ ଚକିଆ ଯାନ ନିର୍ମାତା ଭାବେ ବିଏସ୍‌-୬ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ହୋଣ୍ଡାର ଆଧୁନିକ ଇଏସପି ପ୍ରଯୁକ୍ତି, ଶିଳ୍ପ କ୍ଷେତ୍ରର ଅନେକ ପ୍ରଥମ ଯଥା ଏସିଜି ଷ୍ଟାର୍ଟର ମୋଟର ଏବଂ ମାଇଲେଜ୍‌ର ଉନ୍ନତି ସହିତ ୩ ଲକ୍ଷରୁ ଅଧକ ଗ୍ରାହକ ଏବେ ଶାନ୍ତର ବିପ୍ଳବକୁ ଅନୁଭବ କରିପାରୁଛନ୍ତି । ହୋଣ୍ଡାର ୬ ବର୍ଷର ୱାରେଂଟି ପ୍ୟାକେଜ୍ ଏହି ଖୁସିକୁ ଦ୍ୱିଗୁଣିତ କରିଛି ଯାହା ମଧ୍ୟ ଦୁଇ ଚକିଆ ଯାନ ଶିଳ୍ପରେ ପ୍ରଥମ (୩ ବର୍ଷ ସାଧାରଣ ୱାରେଂଟି ସହିତ ୩ ବର୍ଷର ବିକଳ୍ପ ବର୍ଦ୍ଧିତ ୱାରେଂଟି) ଏବଂ ଆକର୍ଷଣୀୟ ଖୁଚୁରା ଫାଇନାନ୍ସ ସୁବିଧା ଯେଉଁଥିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି । ଆସନ୍ତା ସପ୍ତାହଗୁଡ଼ିକରେ ସବୁ ପ୍ରକାର ବର୍ଗରେ ନୂତନ ଉତ୍ପାଦ ଉପସ୍ଥାପନ ସହିତ ହୋଣ୍ଡାର ବିଏସ୍‌-୬ ମଡେଲ୍ ସ୍ଥିତି ଆହୁରି ସୁଦୃଢ଼ ହେବାକୁ ଯାଉଛି ।’’


ହୋଣ୍ଡାର ବିଏସ-୬ ମଡେଲ୍‌ଗୁଡ଼ିକରେ ଏନହାନ୍ସଡ ସ୍ମାର୍ଟ ପାୱାର (ଇଏସପି) ପ୍ରଯୁକ୍ତି ବ୍ୟବହାର କରାଯାଇଛି । ନୂଆ ଆକ୍ଟିଭା ୧୨୫ ବିଏସ୍‌-୬ରେ ୨୬ ପ୍ରକାର ପେଟେଂଟକୁ ପ୍ରୟୋଗ କରାଯାଇଛି । ଏହା ୧୩% ଅଧିକ ମାଇଲେଜ୍ ପ୍ରଦାନ କରୁଛି । ଏଥିରେ ସାଇଡ ଷ୍ଟାଣ୍ଡ୍ ଇଣ୍ଡିକେଟର, ଡିଜିଟାଲ ଆନାଲଗ ମିଟର, ବାହ୍ୟ ଫୁଏଲ ଲିଡ, ଆଇଡଲିଂ ଷ୍ଟପ ସିଷ୍ଟମ ଭଳି କ୍ଷେତ୍ରର ପାଂଚ ପ୍ରକାର ପ୍ରଥମ ସୁବିଧାକୁ ବ୍ୟବହାର କରାଯାଇଛି । ଏହା ଉପରେ ୬ ବର୍ଷର ୱାରେଂଟି ପ୍ୟାକେଜ୍ ରହିଛି । ସେହିପରି ଏସପି ୧୨୫ ବିଏସ-୬ରେ ୧୯ ପ୍ରକାର ନୂତନ ପେଟେଂଟ ବ୍ୟବହାର କରାଯାଇଥିବା ବେଳେ ଶିଳ୍ପର ୯ ପ୍ରକାର ପ୍ରଥମ ସୁବିଧା ବ୍ୟବହାର କରାଯାଇଛି । ଆକ୍ଟିଭା ୬ଜିରେ ବ୍ୟବହାର କରାଯାଇଥିବା ପ୍ରଯୁକ୍ତି ୧୦% ଅଧିକ ମାଇଲେଜ୍ ପ୍ରଦାନ କରୁଛି । ଏହା ଉପରେ ମଧ୍ୟ ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯାଉଛି ।


ଡିଓ ବିଏସ-୬ରେ ୨୦ ପ୍ରକାର ପେଟେଂଟକୁ ପ୍ରୟୋଗ କରାଯାଇଥିବା ବେଳେ ୧୧ ପ୍ରକାର ନୂତନ ପ୍ରଯୁକ୍ତି ଓ ସୁବିଧା ସୁଯୋଗକୁ ବ୍ୟବହାର କରାଯାଇଛି । ଏହି ଗାଡ଼ି ଉପରେ ମଧ୍ୟ କଂପାନି ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରୁଛି । ସାଇନ୍ ବିଏସ୍‌-୬ରେ ବ୍ୟବହାର କରାଯାଇଥିବା ପ୍ରଯୁକ୍ତି ଯୋଗୁଁ ଏହା ୧୪% ଅଧିକ ମାଇଲେଜ୍ ପ୍ରଦାନ କରୁଛି । ଏଥିରେ ୪ ପ୍ରକାରର ନୂତନ ବ୍ୟବସ୍ଥା ବ୍ୟବହାର କରାଯାଇଥିବା ବେଳେ ଏହା ଉପରେ ମଧ୍ୟ କଂପାନି ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *