ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର

ସ୍ୱାଇନ୍ ଫ୍ଲୁ ସାଧାରଣ ଫ୍ଲୁ ଭଳି ହୋଇଥାଏ । ଏହାର ଲକ୍ଷଣ ମଧ୍ୟ ସମାନ ଥାଏ । ମୁଣ୍ଡବିନ୍ଧା, ଶରୀର ଦରଜ, ଥଣ୍ଡାକାଶ, ଥକ୍କା ଲାଗିବା ପ୍ରଭୃତି ଲକ୍ଷଣ ସ୍ୱାଇନ୍ ଫ୍ଲୁରେ ଦେଖାଯାଏ । କିନ୍ତୁ ଅନେକ ସମୟରେ ଏହା ମାରାତ୍ମକ ହୋଇଥାଏ । ତେଣୁ ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ସତର୍କତା ଆପଣାଇବା ସହ ଡାଏଟ୍ରେ କିଛି ଫଳ ଓ ପନିପରିବା ସାମିଲ୍ କରନ୍ତୁ । ଏହା ବ୍ୟତୀତ ଆଉ କିଛି ଘରୋଇ ଟିପ୍ସ ରହିଛି, ଯାହାଦ୍ୱାରା ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ଆପଣ ନିଜକୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା –
୧)ଅଳେଇଚ, ତୁଳସୀ ପତ୍ର ଓ ୨-୩ଟି ପୂଜା କର୍ପୁରକୁ ଗୋଟିଏ ଛୋଟ କପଡ଼ାରେ ବାନ୍ଧି ତାହାକୁ ବାରମ୍ବାର ସୁଘଂନ୍ତୁ । ଏଥିରେ ଥିବା ସୁଗନ୍ଧ ସ୍ୱାଇନ୍ ଫ୍ଲୁ ଜୀବାଣୁକୁ ନଷ୍ଠ କରିବାରେ ସହାୟକ ।
୨) ନିମ୍ବରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି, ଯାହାକି ବିଭିନ୍ନ ରୋଗର ବ୍ୟାକ୍ଟେରିଆ ଓ ଜୀବାଣୁକୁ ନଷ୍ଟ କରିଥାଏ । ତେଣୁ ପ୍ରତିଦିନ ୪-୫ଟି କଂଚା ନିମ୍ବପତ୍ର ଚୋବାଇ ଖାଆନ୍ତୁ । ଏହା ବ୍ୟତୀତ ନିମ୍ବ ରକ୍ତଶୋଧନ କରିଥାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
୩) ପ୍ରତିଦିନ ଖାଲିପେଟରେ ଲେମ୍ବୁପାଣି ପିଇବା ଦ୍ୱାରା ବିଭିନ୍ନ ଫ୍ଲୁଜନିତ ରୋଗରୁ ରକ୍ଷା ମିଳିଥାଏ । ହଳଦିରେ କୁର୍କୁମିନ୍ ନାମକ ଆଣ୍ଟି ଅକ୍ସିଡେଣ୍ଟ୍ ତତ୍ୱ ରହିଛି, ଯାହା ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ରକ୍ଷା କରିଥାଏ ।

ଦାନ୍ତର ସେନ୍ସିଟିଭିଟି ଦୂର କରିବା ପାଇଁ ଘରୋଇ ଉପାୟ 

ଛୋଟ ଛୋଟ୍ ଭୁଲ୍ ଯୋଗୁଁ ହୋଇପାରେ ସ୍ୱାସ୍ଥ୍ୟହାନି 

Leave a Reply

Your email address will not be published. Required fields are marked *