ପୁରୀ ହାଜତ ମୃତ୍ୟୁ ମାମଲା : ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ହାଜତ ମୃତ୍ୟୁ ଓ ପୂରା ଘଟଣାର ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଏହାସହ ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି କି ନାହିଁ ତାହା ମଧ୍ୟ ପଚାରିଲେ। କେବଳ ଏତିକି ନୁହେଁ ବରଂ ପୋଲିସଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ପଚାରିଲେ ବୁଝିଛନ୍ତି ହାଇକୋର୍ଟ। ଏହାସହ ହାଜତ ମୃତ୍ୟୁରେ ପ୍ରାଣ ହରାଇଥିବା ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ନ୍ୟାୟିକ ତଦନ୍ତ ରିପୋର୍ଟ ମଗାଯାଇଥିବା ନେଇ ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ବି ମଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟରେ ସବୁ ଡକ୍ୟୁମେଣ୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଠିକ୍ ଦିଗରେ ତଦନ୍ତ ଯାଉଛି ନା ନାହିଁ ଦୃଷ୍ଟି ଦେବାକୁ ଏଜିଙ୍କୁ ବି ମିଳିଛି ନିର୍ଦ୍ଦେଶ। ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ମିଳିଛି ସୂଚନା।

ପୂର୍ବରୁ  ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ ଜାରି କରିଥିଲେ। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ।

 

Leave a Reply

Your email address will not be published. Required fields are marked *