ହେଲଥ୍ ଟିପ୍ସ୍ : ଭୋକ ଓ ହଜମ ସମସ୍ୟା ଦୂର କରିବ ମିଠା

ଭୋକ ହେଉ ନାହିଁ କିମ୍ବା ହଜମ ସମସ୍ୟାର ସମାଧାନ ପାଇଁ କେବଳ ଗୋଟିଏ ସରଳ ଉପାୟ ଆପଣାନ୍ତୁ । ଖାଇବା ପୂର୍ବରୁ ଆପଣ କିଛି ମିଠା ଜିନିଷ ଖାଆନ୍ତୁ । ଏମିତି ବି କହିପାରିବେ ଯେ ଲଂଚ ଓ ଡିନର୍ ମିଠା ଜିନିଷରୁ ଆରମ୍ଭ କରନ୍ତୁ । ଶାସ୍ତ୍ର ପୁରାଣ ଅନୁଯାୟୀ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ମିଠା ଖାଇବାର ପରମ୍ପରା ରହିଛି । କାରଣ ପୂଜା ସମୟରେ ସବୁବେଳେ କିଛି ମିଠା ଜିନିଷ ଭୋଗ ଲଗାଯାଏ । ତେଣୁ ଖାଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ସେହି ଭୋଗ ଖାଇବା ପରେ ହିଁ ଖାଦ୍ୟ ଗ୍ରହଣ କରାଯାଏ । ଆୟୁର୍ବେଦ ଅନୁଯାୟୀ ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ସହିତ ମିଠା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।

ଏହି ପୌରାଣିକ ଓ ଆୟୁର୍ବେଦ ପରମ୍ପରାକୁ ଏବେ ବିଜ୍ଞାନ ମଧ୍ୟ ସହମତି ଦର୍ଶାଇଛି । ଅନେକ ପରୀକ୍ଷାନିରୀକ୍ଷା ପରେ ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି ଯେ ଖାଇବା ପୂର୍ବରୁ ନିଶ୍ଚିତ ଭାବେ କିଛି ମିଠା ଜିନିଷ ଖାଇବା ଉଚିତ୍ । କାରଣ ଏହାଦ୍ୱାରା ଶରୀରରେ ଇନସୁଲିନ୍ ସିକ୍ରେସନ୍ ହୋଇଥାଏ । ଏହା ଭୋକ ବଢାଇଥାଏ । ଭୋକ ହେଉନଥିବା ବ୍ୟକ୍ତିଙ୍କ ପାଇଁ ମିଠା ହେଉଛି ସବୁଠାରୁ ଭଲ ଔଷଧ । ଏହା ବ୍ୟତୀତ ହଜମ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ମିଠା ଏକ ଭଳ ବିକଳ୍ପ । ମିଠା ଖାଇବା ଦ୍ୱାରା ଶରୀରରେ ଥିବା ହରମୋନ୍ ଶୀଘ୍ର କ୍ଷରଣ ହୋଇଥାଏ । ଫଳରେ ଖାଦ୍ୟ ଶିଘ୍ର ହଜମ ହୁଏ ଏବଂ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *