ନିମୋନିଆର ଘରୋଇ ଉପଚାର ପାଇଁ ମହୁ
ନିମୋନିଆ ହେଉଛି ଏକ ରେସ୍ପିରେଟରି ଡିସଅର୍ଡ଼ର୍, ଯେଉଁଥିରେ ହୃତପିଣ୍ଡ୍ ଓ ଶ୍ୱାସନଳୀ ଅଧିକ ପ୍ରଭାବିତ ହୋଇଥାଏ । ତେଣୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜ୍ୱର, କାଶ, ଅଧିକ ଥଣ୍ଡା ଲାଗିବା ଓ ଅଧିକ କଫ ହୋଇଥାଏ । ଶିଶୁ ଓ ବୟାସାଧିକ୍ୟ ବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନଙ୍କୁ ନିମୋନିଆ ହେବାର ଆଶଙ୍କା ଅଧିକ ଥାଏ । ନିମୋନିଆର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇନେବା ନିହାତି ଆବଶ୍ୟକ । କିନ୍ତୁ ଏକ ଘରୋଇ ଉପାୟ ମଧ୍ୟ ରହିଛି, ଯାହାଦ୍ୱାରା ନିମୋନିଆକୁ ପାଇଁ କିଛି ପରିମାଣରେ କମ୍ କରାଯାଇପାରିବ ।
ନିମୋନିଆ ଦୂର କରିବା କ୍ଷେତ୍ରରେ ମହୁ ଏକ ମହୌଷଧି ଭାବେ କାମ କରିଥାଏ । ମହୁରେ ହିଲିଙ୍ଗ୍ ଇଫେକ୍ଟ ରହିଥିବାରୁ ଏହା କାଶ ଓ ଅତ୍ୟଧିକ ଥଣ୍ଡା ସମସ୍ୟାକୁ ଦୂର କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିମାଇକ୍ରୋବିୟଲ୍ ଗୁଣ ଥିବାରୁ ଏହା ନିମୋନିଆର ଲକ୍ଷଣଗୁଡ଼ିକୁ କମାଇ ଦେଇଥାଏ । ତେବେ ରୋଗୀକୁ ଦିନକୁ ଦୁଇଥର ଅଧା ଛୋଟ ଚାମଚ ମହୁ ଖାଇବାକୁ ଦିଅନ୍ତୁ । ଦିନକୁ ୩ଥର ମଧ୍ୟ ଏହାକୁ ଖାଇପାରିବେ । ଡାକ୍ତରୀ ଔଷଧ ସହିତ ଏହି ଘରୋଇ ଉପାୟ ଦ୍ୱାରା ରୋଗୀ ଶୀଘ୍ର ଆରୋଗ୍ୟଲାଭ କରିଥାଏ ।