ଗଞ୍ଜାମର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ

ଗଞ୍ଜାମ, (ଓଡିଶା ଟାଇମ୍) : ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହୋଇଛି।ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଲାପାଳ ପୁଣି ଥରେ ସହରାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ କରିଛନ୍ତି।

ଏଥର ମଧ୍ୟ ୨୦୦ ଡାକ୍ତର ହେଲ୍‌ଥ ଯାଞ୍ଚରେ ସାମିଲ ହୋଇଛନ୍ତି। ୫୦ ଜଣ ଡାକ୍ତର କେବଳ ବ୍ରହ୍ମପୁର ସହରରେ ହେଲ୍‌ଥ ଯାଞ୍ଚ କରୁଛନ୍ତି। ଅନ୍ୟ ୧୫୦ ଜଣ ଡାକ୍ତର ଗଞ୍ଜାମ ଜିଲ୍ଲାର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଲକ୍ଷଣ ଦେଖୁଛନ୍ତି। ଯେଉଁ ଲୋକଙ୍କ ଠାରେ ଲକ୍ଷଣ ଦେଖାଦେବ ସେମାନଙ୍କୁ କୋଭିଡ୍‌ ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ ନିର୍ଦ୍ଦେଶ ଦେବେ। ଏହି ଯାଞ୍ଚ ୪ ଦିନ ଧରି ଚାଲିବ।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ହେଲ୍‌ଥ ସ୍କ୍ରିନିଂ କରାଯାଇଛି। ଏଥିରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ସେନେଇ ଡାକ୍ତରୀ ଟିମ୍ ଯାଞ୍ଚ କରିଥିଲେ।

Leave a Reply

Your email address will not be published. Required fields are marked *