ରାଜ୍ୟରେ ପଡିନପାରେ ତୃତୀୟ ଲହରର ପ୍ରଭାବ’, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ
ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ସେମିତି ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି ସେ କହିଛନ୍ତି ।
ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ଆମେ ଭଲ ସ୍ଥିତିରେ ରହିଛେ । ସେରୋ ସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି । ସ୍ବାସ୍ଥ୍ୟ ସେବାକାରୀଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବପୀଢୀ, ବୟସ୍କ ଏବଂ ଶିଶୁମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି । ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି । ଏହା ଦ୍ବାରା ଆମେ ଜାଣି ପରିଲୁ ଯେ, ଆମ ସମସ୍ତଙ୍କ ଶରୀରରେ ଆଣ୍ଟିବଡ଼ି ହେଲାଣି । ଟାକାକରଣ ଡ୍ରାଇଭ କାମ କରୁଛି ଓ କୋଭିସିଲ୍ଡ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି ।
ଏହା ବାଦ୍ ଗ୍ରାମାଞ୍ଚଳରେ ବି ଭଲ ଆଣ୍ଟିବଡି ଡେଭଲପ୍ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲ ଲେବଲରେ ରହିଛି । ମାତ୍ର ଏହାପରେ ଆମେ ଖାମଖିଆଲ ହେବାନି । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା । ରାଜ୍ୟରେ ଅଣ ସଂକ୍ରମଣ ରୋଗ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ସେମିତି କିଛି ଅଣ ସଂକ୍ରମଣ ରୋଗ ବଢିନାହିଁ ।