ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ପୁଣି ୬ ଚୀନ ଇଞ୍ଜିନିୟରଙ୍କ ମୃତ୍ୟୁ

ଲାହୋର, (ଓଡିଶା ଟାଇମ୍): ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ଗ୍ବାଦର ସିଟିରେ ହୋଇଥିବା ବିସ୍ଫୋରଣରେ ପୁଣି ୬ ଚୀନ ଇଞ୍ଜିନିୟର ପ୍ରାଣ ହରାଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ଏହି ବ୍ଲାଷ୍ଟ ବଲୋଚ ଫାଇଟର୍ସଙ୍କ ଦ୍ବାରା କରାଯାଇଛି । ନିକଟରେ ପାକିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ବସ୍‌ରେ ହୋଇଥିବା ବିସ୍ଫୋରଣରେ ୯ ଚୀନ ଇଞ୍ଜିନିୟରଙ୍କ ଜୀବନ ଯାଇଥିଲା।

ଏହି ଆକ୍ରମଣ ପରଠୁ ପାକିସ୍ତାନରେ ରହିବାକୁ ଭୟ କରୁଛନ୍ତି ଚୀନ ନାଗରିକ। ପାକିସ୍ତାନରେ ନିଜ ନାଗରିକଙ୍କ ମୃତ୍ୟୁକୁ ନେଇ ଚୀନ ରାଗରେ ଗର ଗର ହେଉଛି। ତଦନ୍ତ ପାଇଁ ନିଜର ଏକ ଟିମ୍‌ ମଧ୍ୟ ପଠାଇଥିଲା ଚୀନ। ଡ୍ରାଗନକୁ ଖୁସି କରିବାକୁ ସମସ୍ତ ଚୀନ ନାଗରିକଙ୍କ ସୁରକ୍ଷାର ଦାୟିତ୍ବ ନେଇଥିଲେ ଇମ୍ରାନ ଖାନ। ତଥାପି ଚୀନ ନାଗରିକ ସିପିଇସି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ବେଳେ ବ୍ୟକ୍ତିଗତ ସୁରକ୍ଷା ପାଇଁ କାନ୍ଧରେ ଏକେ ୪୭ ବନ୍ଧୁକ ପକାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

କିନ୍ତୁ ପୁଣି ଥରେ ନିଜର ଇଞ୍ଜିନିୟରଙ୍କ ମୃତ୍ୟୁ ଖବର ପାଇଛି ଚୀନ । ଏହା ପରେ ପାକିସ୍ତାନ ଉପରେ ଡ୍ରାଗନ କଣ ପଦକ୍ଷେପ ନେଉଛି ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ। ସେପଟେ ପାକିସ୍ତାନରେ ହିଂସା କେବେ ଥମିନଥିଲା କି ଥମିବାର ନାଁ ଧରୁନି । ଗୁରୁବାର ଦିନ ପାକିସ୍ତାନରେ ସିହା ମୁସଲମାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ମୃତ୍ୟବରଣ କରିଥିବା ବେଳେ ୪୦ରୁ ଅଧିକ ଆହତ ମଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *