ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍, ଜାରି ହେଲା ଗାଇଡଲାଇନ୍ସ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀଙ୍କ ବହୁ ପ୍ରତୀକ୍ଷିତ ଅପେକ୍ଷା ଶେଷ ହେବାକୁ ଯାଉଛି। ଅର୍ଥାତ୍ ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ। ଆଜି (ମଙ୍ଗଳବାର) ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସିନେମାହଲ ଓ ମଲ୍ଟିପ୍ଳେକ୍ସ ସମ୍ବନ୍ଧିତ ଦିଶା-ନିର୍ଦେଶ ଜାରି କରିଛନ୍ତି। କୋଭିଡ-୧୯କୁ ଦୃଷ୍ଟିରେ ରଖି ଛଅ ମାସରୁ ଅଧିକ ସମୟ ବନ୍ଦ ଥିବା ସିନେମା ହଲ ଆଉ ଦିନ କେଇଟା ପରେ ଖୋଲିବ।
ନୂଆ ନିର୍ଦେଶ ଅନୁସାରେ ସିନେମା ହଲ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଏହା ଦ୍ବାରା ଲୋକଙ୍କ ମଧ୍ୟରେ ଠିକ ଭାବେ ସାମାଜିକ ଦୂରତ୍ବ ପାଳନ ହୋଇପାରିବ। ଏହା ସହ କେହି ଦର୍ସିଶକ ଯେପରି ସିଟ୍ ପରିବର୍ତନ ନ କରିବେ ତାକୁ ମଧ୍ୟ ସୁନିଶ୍ଚିତ କରାଯିବ। ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହା ସହ ସ୍କ୍ରିନିଂର ଶୋ’ ଟାଇମ ବଦଳାଯିବ। କେବଳ ଏତିକି ନୁହେଁ ଗହଳିରୁ ରକ୍ଷା ପାଇବା ପାଇଁ ପର୍ଯାପ୍ତ ସଂଖ୍ୟାରେ ବକ୍ସ ଅଫିସ କାଉଣ୍ଟର ଖୋଲାଯିବ। ଇଣ୍ଟରଭାଲ ବେଳେ ଦର୍ଶକ ଯେଭଳି ଗହଳି ନ କରିବେ ସେ ପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ କୁହାଯାଇଛି।