୯ଟାବେଳେ ୯ ମିନିଟ୍‌ ଅନ୍ଧାର: ଗ୍ରୀଡ୍‌ ବିପର୍ଯ୍ୟୟ ଆଶଙ୍କା ଏଡ଼ାଇଲା ଶକ୍ତି ମନ୍ତ୍ରଣାଳୟ

ଭୁବନେଶ୍ଵର, (ଓଟି): ଭାରତର କରୋନା ବିରୋଧୀ ଯୁଦ୍ଧରେ ୯ ମିନିଟ୍‌ର ଲାଇଟ୍‌ ଅଫ୍‌ କୌଣସି ଗ୍ରୀଡ୍‌ ବିପର୍ଯ୍ୟୟ ସୃଷ୍ଟି କରିବ ନାହିଁ। ଯେର୍ଉ ପ୍ରଚାର ଚାଲିଛି ତାହା ଭୁଲ୍‌ ରୂପାନ୍ତର ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି। ଏଣୁ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଡାକରାରେ ପୂଣ୍ଣ ସହଯୋଗ କରିବେ ଏବଂ ଆବଶ୍ୟକ ଶକ୍ତି ପରିଚାଳନା ପ୍ରୋଟକଲ୍‌କୁ ସରକାର ପରିଚାଳନା କରିବେ ବୋଲି ମନ୍ତଣାଳୟ ସ୍ପଷ୍ଟ କରିଛି।

ଭାରତର କରୋନା ବିରୋଧୀ ଯୁଦ୍ଧରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବା ଏବଂ ଏକାତାର ପରିଚୟ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଦିନ ରାତି ୯ଟାରେ ୯ ମିନିଟ୍‌ ପାଇଁ ବିଜୁଳି ବନ୍ଦ କରି ଦୀପ, ମହମବତୀ ବା ମୋବାଇଲ୍‌ ଫ୍ଲାଶ୍‌ଲାଇଟ୍‌ ଜାଳିବାକୁ ଆହ୍ବାନ ଦେଇଛନ୍ତି। ହେଲେ ଏହି ସାମୁହିକ ବିଜୁଳି ବନ୍ଦ କରିବା ଦ୍ଵାରା ଦେଶର ଗ୍ରୀଡ୍‌ ବିପର୍ଯ୍ୟସ୍ତ ହୋଇପାରନ୍ତି ବୋଲି ଆଶଙ୍କା ଉଠିଛି। ବିଭିନ୍ନ ଦଳ ପକ୍ଷରୁ ଏହାର ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଯୁକ୍ତିରେ ଦର୍ଶାଯାଇଛି ଯେ, ଏବେ ଦେଶରେ ବିଜୁଳି ଖର୍ଚ କମିଟି । ପୂର୍ବ ବର୍ଷ ଏପ୍ରିଲ୍‌ ୨ ତାରିଖ ତୁଳନା ଏବର୍ଷ ୨୫ ପ୍ରତିଶତ କମ୍‌ ବିଜୁଳି ଖର୍ଚ ହୋଇଛି ।ଏହା କରୋନା ଯୋଗୁ ପ୍ରମାବିତ ହୋଇଛି। ଏବେ ୧୨୫.୮ ଗିଗାୱାଟ୍‌ ବିଜୁଳି ଖର୍ଚ ହେଉଛି। ଏଣୁ ଯଦି ଏକସଙ୍ଗେ ଘରୋଇ ବିଜୁଳି ଖର୍ଚକୁ ବନ୍ଦ କରିଦିଆଯିବ ତେବେ ପାୱାର ଗ୍ରୀଡ୍‌ଗୁଡ଼ିକରେ ସମସ୍ୟା ସୃଷ୍ଟି ହେବ । ତାହା ପରିଚାଳନା କରି ନପାରି ଫେଲ୍‌ ହୋଇପାରେ।

Leave a Reply

Your email address will not be published. Required fields are marked *