ଯୁକ୍ତ ଦୁଇରେ ବଢ଼ିବ ସିଟ୍‌, ଅନୁମତି ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଅନ୍‌ଲାନ୍‌ରେ ପାଠ ପଢ଼ି ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଯୁକ୍ତ ଦୁଇରେ ସିଟ୍ ବଢ଼ାଇବାକୁ ଯୋଜନା କରିଛନ୍ତି। ଜୁନିଅର କଲେଜ ଗୁଡ଼ିକରେ ଯୁକ୍ତ ଦୁଇ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କଲେଜ ଗୁଡ଼ିକ ଚାହିଁବେ ଏନେଇ ଆବେଦନ କରିପାରିବେ। ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ କଲେଜ। ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିବାକୁ ନିର୍ଦ୍ଦେଶ ହୋଇଛି।

ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି। ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛନ୍ତି। ତାହା ହେଲେ ବାକି ଛାତ୍ରଛାତ୍ରୀ କେଉଁଠି ପଢ଼ିବେ? ଏହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଥିଲା। ତେବେ ରାଜ୍ୟରେ କଲେଜ ଗୁଡ଼ିକରେ ସିଟ୍‌ ସଂଖ୍ୟା ବଢ଼ିଲେ, ଯୁକ୍ତ ଦୁଇରେ ପାଠ ପଢ଼ିବାରେ ସମସ୍ୟା ହେବନାହିଁ।

Leave a Reply

Your email address will not be published. Required fields are marked *