କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର

ଘଟଗାଁ , (ଓଡିଶା ଟାଇମ୍) :ଆସନ୍ତାକାଲି ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର। ଏଥିପାଇଁ ଗାଇଡ ଲାଇନ ଜାରି କରିଛି ତାରିଣୀ ମନ୍ଦିର ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ପୁଣି ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତମାନେ ଗେଟ୍ ନଂ-୩ରେ ପ୍ରବେଶ କଲାପରେ ବ୍ୟାରିକେଡରେ ଧାଡି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ ।

ଏହି ସମୟରେ ସାନିଟାଇଜର ହୋଇ ଦୂରତା ରକ୍ଷା ସହ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ବେଢାରେ ୨୫ରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ। ମନ୍ଦିର ଭିତରେ କୌଣସି ଭୋଗ ଅର୍ଥାତ୍ ନଡିଆ, ପୁଷ୍ପ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ । ଏଥି ସହିତ କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ । ମା’ ତାରିଣୀ ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରିପାରିବେ ନାହିଁ । ଏଥି ସହିତ କୌଣସି ଭକ୍ତଙ୍କୁ ଚୂଳ ସମର୍ପଣ କରିବା ନିମନ୍ତେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏ ନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *