ମନମୋହନ ସିଂହ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସେପ୍ଟେମ୍ବର ୨୬ରେ ୮୯ ବର୍ଷରେ ପଦାର୍ପଣ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ବୁଧବାର ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଜାରି ରହିଥିବା ଓ ସେ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ମନମୋହନ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ଯାଇଥିବା କୁହାଯାଇଛି। ଗତ ବର୍ଷ ତାଙ୍କର ହୃଦ୍‌ ଚିକିତ୍ସା କରାଯାଇଥିଲା। ୨୦୦୯ରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ବାରା ତାଙ୍କର ‘ବାଇପାସ୍‌ ସର୍ଜରୀ’ କରାଯାଇଥିଲା। ଇତିମଧ୍ୟରେ ତାଙ୍କର ୫ ଥର ବାଇପାସ୍‌ ସର୍ଜରୀ ହୋଇ ସାରିଲାଣି। ମନମୋହନ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ।

Leave a Reply

Your email address will not be published. Required fields are marked *