ବସ୍‌ ପାଇଁ ୨ମାସର ଟିକସ ଛାଡ଼

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ସଂକ୍ରମଣ ପାଇଁ ଜାରି ସପ୍ତାହନ୍ତ ବନ୍ଦ ଓ ତାଲାବନ୍ଦ େଯାଗୁଁ ରାଜ୍ୟର ସମସ୍ତ ଯାତ୍ରୀବାହୀ ବସ୍‌ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍‌ ମାଲିକ ବ୍ୟାପକ କ୍ଷତି ସହିଥିଲେ। ଏହାଛଡ଼ା ବସ୍‌ ବନ୍ଦ ରହିବାରୁ ଯନ୍ତ୍ରାଂଶ ମଧ୍ୟ ଖରାପ େହାଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ େମାଟରଯାନ ଟିକସ ସମେତ ଅନ୍ୟାନ୍ୟ ପରିବହନ ଟିକସ ଛାଡ଼ କରିଛନ୍ତି।

ଏନେଇ ବସ୍‌ ମାଲିକ ସଂଘ ଦାବି ଉପସ୍ଥାପନ କରିଥିଲା। ସଂଘର ଦାବି ଅନୁସାରେ ଚଳିତ ବର୍ଷର ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ୪ମାସର ଟିକସ ଛାଡ଼ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍‌ ମଧ୍ୟ ଏହି ସୁବିଧା ପାଇବେ େବାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି େପ୍ରସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *