ଓଡିଶାରେ ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାରେ ପ୍ରଥମ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏହଳ ଛଡା ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ଟି ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ, ମଧ୍ୟ ପ୍ରଦେଶରେ ୭, ତାମିଲନାଡୁରେ ୯ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇସାରିଲେଣି । ତେବେ ବର୍ତ୍ତମାନ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଥିବା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି ।