ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ
ମାଲକାନଗିରି, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଗୁରସେତୁ ନିକଟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁରୁବାର ସକାଳେ ହୋଇଥିବା ଏହି ଏନକାଉଣ୍ଟରରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ସକାଳୁ ସ୍ୱାଭିମାନ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା । ସେଠାରେ ଗୋଟିଏ ଏ ୩୦୩ ବନ୍ଧୁକ ଓ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ଡ଼ିଭିଏଫ ଓ ଏସଓଜି ଯବାନଙ୍କ ଅପରେସନ ବେଳେ ଏହା ଜବତ ହୋଇଛି । ଗୁରୁପ୍ରିୟା ସେତୁ ଓ ସ୍ୱାଭିମାନ ଅଞ୍ଚଳ ମଧ୍ୟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଗୋଟିଏ ମାଓ କ୍ୟାମ୍ପକୁ ମଧ୍ୟ ବିସ୍ଫୋରଣରେ ଯବାନମାନେ ଉଡାଇଥିବା ନେଇ ସୂଚନା ରହିଛି । ଏବେ ବି ମଧ୍ୟ ସେଠାରେ ଅପରେସନ ଜାରି ରହିଛି । ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଅପରେସନ ଚାଲିଛି । ଅପରେସନ ଅତିରିକ୍ତ ଏସପି ମଧ୍ୟ ଅପରେସନରେ ସାମିଲ ଅଛନ୍ତି । ଅପରେସନ ଆଇଜି ଅମିତାଭ ଠାକୁର ଏନେଇ ସୂଚନା ଦେଇଛନ୍ତି ।