କତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ଜିଲ୍ଲା ପିପିଲିର ସାତଶଂଖଠାରେ ଥିବା ଏକ କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବବପତ୍ର ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଏରୋକୋମ କତା କମ୍ପାନୀରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଫଳରେ ଏହି କମ୍ପାନୀର ପ୍ରାୟ ୨୦ରୁ ୩୦ ଲକ୍ଷ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ପାଖାପାଖି ୭ ଘଣ୍ଟା ପରେ ନିଆଁ ଲିଭାଇଥିଲେ । ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଅଭିଯୋଗ କରିନଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ କୌଣସି ଲୋକ ଆହତ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *