ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, (ପଡ଼ିଶା ଟାଇମ୍): ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର ପ୍ରାୟ ୫ଟାରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । କାଜୁଆଲଟି ବିଭାଗ ନିକଟରେ ଥିବା ଏକ ଷ୍ଟୋର ରୁମ୍‍ ରୁ ଧୂଆଁ ବାହାରିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେଠାରେ ସାତଟି ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ନିଆଁକୁ ଠାବ କରାଯିବା ପରେ ତୁରନ୍ତ ତାହାର ନିକଟରେ ଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏ ସମ୍ପର୍କରେ ତଦନ୍ତ ଚାଲିଥିବା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *