ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଆଗାମୀ ନିର୍ବାଚନରେ ରାଜ୍ୟର ମୋଟ୍‌ ୩ କୋଟି ୧୮ ଲକ୍ଷ ୭୮୭ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ  ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ଆଜି ରାଜ୍ୟ ନିର୍ବାଚନ କମିସନ, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ବୈଠକ ବସି ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଭୋଟର ସଂଖ୍ୟା ୩କୋଟି ୧୮ଲକ୍ଷ ୭୮୬

ଅଧିକାରୀସ୍ତରୀୟ ବୈଠକ ପରେ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୧୮ ମସିହା ସେପ୍ଟମ୍ବର ୧ ତାରିଖରେ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ଭୋଟର ତାଲିକାରେ ମୋଟ୍‌ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩ ଜଣ ଭୋଟର ଥିଲେ। ତେବେ ନାମ ସଂଯୋଗ ଓ ବାଦ ପଡ଼ିିବା ପରେ ଆଜି ଚୂଡ଼ନ୍ତ ଭୋଟର ତାଲିକା ପ୍ରକାଶ ପାଇଛିି। ଏଥିରେ ରାଜ୍ୟରେ ମୋଟ୍‌ ମୋଟ୍‌ ୩ କୋଟି ୧୮ ଲକ୍ଷ ୭୮୭ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଫଳରେ ଡ୍ରାଫ୍ଟ ଭୋଟର ତାଲିକା ଓ ଚୁଡ଼ାନ୍ତ ଭୋଟର ତାଲିକାରେ ମୋଟ୍‌ ୫ ଲକ୍ଷ ୩୯ ହଜାର ୪୫୪ ଭୋଟ୍‌ର ସଂଖ୍ୟା ବୃଦ୍ଧି ପାଇଛି।

ପୂର୍ବ ଭୋଟର ତାଲିକାରୁ ମୋଟ ୬ଲକ୍ଷ ୫୦ହଜାର ୩୬୫ଜଣଙ୍କ ନାଁ ବାଦ୍ ଦିଆଯାଇଛି। ସେହିପରି ଗତଥର ପ୍ରସ୍ତୁତ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋଥିବା ଭୋଟରଙ୍କ ସଂଖ୍ୟା ୯୮.୦୧ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ ଭୋଟର ତାଲିକାରେ ରାଜ୍ୟରେ ୩୫,୮୯୬ଟି ମତଦାନ କେନ୍ଦ୍ର ଥିବାବେଳେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଏହି ମତଦାନ କେନ୍ଦ୍ର ସଂଖ୍ୟା ୩୭,୬୦୬କୁ ବୃଦ୍ଧି ପାଇଛି।

ରାଜ୍ୟର ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳାନାରେ ୯୩୪ ଜଣ ମହିଳା ଭୋଟର ଥିଲେ। ମାତ୍ର ଚୂଡ଼ାନ୍ତ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟର ତୁଳନାରେ ୯୪୬ ଜଣ ମହିଳା  ଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

୫ ଲକ୍ଷ ୪୫ ହଜାର ୪୦୧ ଜଣ ନୂଆ ଭୋଟର

ସେହିପରି  ରାଜ୍ୟରେ ଚଳିତ ବର୍ଷ ୧୮ରୁ ୧୯ ବର୍ଷ ବୟସର ମୋଟ୍‌ ୫ ଲକ୍ଷ ୪୫ ହଜାର ୪୦୧ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ଆଗାମୀ ନିର୍ବାଚନ ପାଇଁ ବୁଥ ନିର୍ଣ୍ଣୟ ଲାଗି ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଇଛିି। ଏଥିରେ ସହରାଞ୍ଚଳର ଗୋଟିଏ ବୁଥ୍‌ରେ ୧୪ଶହ ଭୋଟର ଓ ଗ୍ରାମାଞ୍ଚଳରେ ୧୨ଶହ ଭୋଟରଙ୍କୁ ଭୋଟ୍‌ ଦେବାର ସୁଯୋଗ ମିଳିବ। ଏହି ଆଧାରରେ ଆଗାମୀ ନିର୍ବାଚନ ପାଇଁ ୩୭ ହଜାର ୬୦୬ଟି ବୁଥ୍‌ କରାଯିବାକୁ ସ୍ଥିିର ହୋଇଛିି।

ତେବେ ଆଜି ପ୍ରକାଶିତ ଚୁଡ଼ାନ୍ତ ଭୋଟର ତାଲିକାରେ ବାଦ ପଡ଼ିଥିବା ଭୋଟର୍‌ ଯଦି ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ଚାହୁଁଥାନ୍ତି କିମ୍ବା ଭୋଟର ତାଲିକାରେ ଥିବା ନାମରେ କିଛି ସଂଶୋଧନ କରିବାକୁ ଚାହୁଁଥାନ୍ତି, ସେମାନେ ଏଥିପାଇଁ ଆସନ୍ତାକାଲିଠାରୁ ଆବେଦନ କରିପାରିବେ ବୋଲି ରାଜ୍ୟ  ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

http://odishatime.com/%E0%AC%97%E0%AC%A0%E0%AC%A8-%E0%AC%B9%E0%AD%87%E0%AC%B2%E0%AC%BE-%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE-%E0%AC%97%E0%AC%A3%E0%AC%A4%E0%AC%BE%E0%AC%A8%E0%AD%8D%E0%AC%A4%E0%AD%8D/

Leave a Reply

Your email address will not be published. Required fields are marked *