ଗୋଟିଏ ଆକ୍ସନ୍ ଦୃଶ୍ୟ ପାଇଁ ୪୫ କୋଟିର ବଜେଟ୍

ବି ଟାଉନରେ ୪୫ କୋଟି ଟଙ୍କାରେ ୩ଟି ଫିଲ୍ମର ପ୍ରସ୍ତୁତି ଆରାମରେ ହୋଇଯିବ । କିନ୍ତୁ ଏବେ ଏଭଳି ଖବର ଆସିଛି ଯେ ଫିଲ୍ମରେ ଥିବା କେବଳ ଗୋଟିଏ ଆକ୍ସନ୍ ଦୃଶ୍ୟ ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏଥିରୁ ସହଜରେ ଅନୁମାନ ହୋଇ ପାରୁଛି ଯେ ପିଲ୍ମର ବଜେଟ୍ କେଉଁଭଳି ଥିବ । ତେବେ ସେ ଫିଲ୍ମଟି ହେଉଛି ବାହୁବଳୀ ଫେମ୍ ନିର୍ଦ୍ଦେଶକ ରାଜାମୌଲୀଙ୍କ ‘ଆର୍ଆର୍ଆର୍’ । ଏହି ଫିଲ୍ମର ଏକ ଦୃଶ୍ୟ ପାଇଁ ହଜାରରୁ ଊଦ୍ଧ୍ୱର୍ ଫାଇଟର୍ସ ୬ମାସ ଧରି ଯୁଦ୍ଧକୌଶଳର ଟ୍ରେନିଙ୍ଗ୍ ନେଇଥିଲେ । ଫାଇନାଲ୍ ସୁଟିଂ ହେବା ପୂର୍ବରୁ ଅନେକ ଥର ପ୍ରି ଭିଜୁଆଲାଇଜେସନ୍ ସୁଟିଂ ମଧ୍ୟ କରାଯାଇଥିଲା । ସବୁକିଛି ପରଫେକ୍ଟ ହେବା ପରେ ନିର୍ଦ୍ଦେଶକ ଫାଇନାଲ୍ ସୁଟିଂ ପାଇଁ ରାଜି ହୋଇଛନ୍ତି ।

ଏହି ଦୃଶ୍ୟ ହାଇଦ୍ରାବାଦର ଏକ ଆଲୁମିନିୟମ୍ ଫ୍ୟାକ୍ଟ୍ରିକୁ ନେଇ ସୁଟିଂ କରାଯିବ । ତେବେ ଦୃଶ୍ୟରେ କ’ଣସବୁ ରହିଛି, ତାହା ଅତ୍ୟନ୍ତ ଗୋପନୀୟ ରଖାଯାଇଛି । ଏହାର ସୁଟିଂ ଜୁଲାଇ ମାସରେ ସରିବ ଏବଂ ଏହାର ଅନ୍ୟ ସୁଟିଂ ସେଡ୍ୟୁଲ୍ ଦିଲ୍ଲୀ ଓ ପୁନେଲ୍ରେଖାଯାଇଥିବାର ସୂଚନା ମିଳିଛି । ଏହାର କଥାବସ୍ତୁ ଐତିହାସିକ ଘଟଣା ଉପରେ ଆଧାରିତ ଏବଂ ଏହାକୁ ୧୦ରୁ ଅଧିକ ଭାଷାରେ ରିଲିଜ୍ କରାଯିବ ।

Leave a Reply

Your email address will not be published. Required fields are marked *