କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରାଙ୍କ ପରଲୋକ

କଟକ, (ଓଡିଶା ଟାଇମ୍): କଟକ ସହରର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରାଙ୍କର ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କଟକ ତୁଳସୀପୁରରେ।

ପୂର୍ବରୁ ହୃଦ୍ ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ। ଏହାସହ ସେ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥିଲେ। ଗତ କିଛି ଦିନ ହେବ ଈଶ୍ୱର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ଔଷଧ ସେବନ କରୁଥିଲେ। ତେବେ ଗତ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି।

କଟକର ଦହିବରା ପ୍ରତି ରାଜ୍ୟ ଏବଂ ରାଜ୍ୟ ବାହାର ଲୋକଙ୍କୁ ଆକୃଷ୍ଟ କରାଇବାରେ ଈଶ୍ୱର ବେହେରାଙ୍କର ପ୍ରମୁଖ ଅବଦାନ ରହିଛି। ଦୀର୍ଘ ୩୫ ବର୍ଷ ଧରି ସେ ଏହି ବ୍ୟବସାୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *