କାନ୍ଦାହାର ମସଜିଦରେ ବିସ୍ଫୋରଣ, ୬୦ ମୃତ

କାନ୍ଦାହାର, (ଓଡିଶା ଟାଇମ୍): କାନ୍ଦାହାରର ଏକ ମସଜିଦ ମଧ୍ୟରେ ଏକାଧିକ ବିସ୍ଫୋରଣ ଘଟି ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ କ୍ରମାଗତ ଭାବେ ମସଜିଦଗୁଡିକ ଉପରେ ଆକ୍ରମଣ ହେଉଥିବା ବେଳେ ଆଜି ମଧ୍ୟ ଶୁକ୍ରବାର ନମାଜ ପାଠ ସମୟରେ ଦ୍ୱିତୀୟ ମସଜିଦ ଭାବେ ଆକ୍ରମଣର ଶିକାର ହୋଇଛି। କାବୁଲ ପରେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ସହରର ଇମାମ ବରଗା ଅଞ୍ଚଳରେ ଥିବା ଫାତିମେହ ମସଜିଦରେ ପ୍ରାୟ ତିନିଟି କ୍ରମାଗତ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ମସଜିଦ ପାଶ୍ଟୁନ୍ କାନ୍ଦାହାର ସହରର ପାର୍ସୀ ଭାଷାଭାଷୀ ଅଞ୍ଚଳରେ ଅବସ୍ଥିତ।

ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ଭିଡିଓ ଏବଂ ଚିତ୍ରଗୁଡ଼ିକରେ ମସଜିଦ ପରିସରରେ ମୃତଦେହ ପଡ଼ିଥିବାର ଦେଖାଯାଇଛି। କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଠିକ ଏକ ସପ୍ତାହ ପୂର୍ବେ କୁଣ୍ଡୁଜସ୍ଥିତ ଏକ ଶିଆ ମସଜିଦରେ ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ସମାନ ସଂଖ୍ୟକ ଆହତ ହୋଇଥିଲେ। ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ଆତଙ୍କବାଦୀ ଗୋଷ୍ଠୀ କୁଣ୍ଡୁଜ୍ ମସଜିଦ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି।

Leave a Reply

Your email address will not be published. Required fields are marked *