ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ

ଶ୍ରୀନଗର, (ଓଡିଶା ଟାଇମ୍) : ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମିନିଟ୍‌ ବ୍ୟବଧାନରେ ୨ଟି ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର ଭିତରେ ହୋଇଥିଲା। ଯେଉଁଥିରେ କୋଠାର ଛାତ ଉଡ଼ି ଯାଇଛି। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ବାହାରେ ହୋଇଥିଲା। ଘଟଣା ପରେ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଖବରପାଇ ବୋମା ନିଷ୍କ୍ରିୟକାରୀ ଦଳ, ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଘଟଣାର ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମ ସଂସ୍ଥା Times Nowର ରିପୋର୍ଟ ଅନୁସାରେ, ରାତି ପ୍ରାୟ ୨ଟା ସମୟରେ ବିମାନବନ୍ଦର ଭିତରେ ବିସ୍ଫୋରଣ ହୋଇଥିଲା। ଘଟଣାପରେ ପୁରା ଅଞ୍ଚଳକୁ ସିଲ୍‌ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ, ଫୋରେନସିକ୍ ଟିମ୍ ଭିତରକୁ ପ୍ରବେଶ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ହେଲେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ବିମାନବନ୍ଦରଟି ଉଭୟ ବାୟୁସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ବ୍ୟବହାର ହୋଇଥାଏ।

ଅନ୍ୟପକ୍ଷେ, ନରୱାଲ୍‌ ଅଞ୍ଚଳରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯିବା ସହ ୫ କିଲୋ IED ଜବତ କରିଛି ଜମ୍ମୁ ଓ କାଶ୍ମୀର ପୋଲିସ୍‌। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌। ଶନିବାର ଶ୍ରୀନଗରର ବାର୍‌ବାର୍‌ ଶାହ ନିକଟରେ ଜମ୍ମୁ ଓ କାଶ୍ମୀର ପୋଲିସ୍‌ ଓ ସିଆର୍‌ପିଏଫ୍‌ ଟିମ୍‌କୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଗ୍ରେନେଡରେ ଆକ୍ରମଣ କରିଥିଲେ। ହେଲେ ଆତଙ୍କବାଦୀଙ୍କ ଏହି ଟାର୍ଗେଟ୍‌ ଫେଲ୍‌ ମାରିଥିଲା। କିନ୍ତୁ ଗ୍ରେନେଡ ରାସ୍ତାରେ ବିସ୍ଫୋରଣ ହେବା ଯୋଗୁ  ୪ ଜଣ ନାଗରିକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *