ଫନି ଚିନ୍ତା: ବିପିୟୁଟି ପରୀକ୍ଷା ୨୫କୁ ଘୁଞ୍ଚିଲା
ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ବାତ୍ୟା ଫନି ( ଫୋନି) ପ୍ରଭାବକୁ ଆଖିରେ ରଖି ବିପିୟୁଟି ପକ୍ଷରୁ ଇଭିନ୍ ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ୨ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୩ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିପିୁୟୁଟି ତାହାର ଅନୁବନ୍ଧିତ କଲେଜ ଓ ଅନୁଷ୍ଠାନମାନଙ୍କୁ ନିର୍ଦେଶ ଦେଇଛନ୍ତି।